Connect with us

ଅପରାଧ

ଢେଙ୍କାନାଳ କମଳାଙ୍ଗଠାରେ ୭ ହାତୀ ମୃତ୍ୟୁ

ସାଙ୍କେତିକ ଚିତ୍ର

ଢେଙ୍କାନାଳ କମଳାଙ୍ଗଠାରେ ୭ ହାତୀ ମୃତ୍ୟୁ ଘଟଣା:
➺ବନ ବିଭାଗର ୨ ଅଧିକାରୀ ଓ ଫରେଷ୍ଟ ଗାର୍ଡ ନିଲମ୍ବିତ
➺ଶକ୍ତି ବିଭାଗର ୩ ଅଧିକାରୀ ନିଲମ୍ବିତ
ଢେଙ୍କାନାଳ:- କମଳାଙ୍ଗ ନିକଟରେ ବିଦ୍ୟୁତ ଆଘାତରେ ୭ଟି ହାତୀଙ୍କ ମୃତ୍ୟୁ ହେବା ଘଟଣାରେ ୨ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣାରେ ର୍ତ୍ତବ୍ୟରେ ଅବହେଳା ଯୋଗୁଁ ପିସିସିଏଫ ଓ୍ଵାଇଲଡ୍‌ ଲାଇଫ୍‌ ଢ଼େଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମଣ୍ଡଳୀ ସେକସନ୍‌ର ଫରେଷ୍ଟର ପ୍ରଭାକର ରଣା ଓ ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି ।

ଏଥି ସହିତ ଶକ୍ତି ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ସେସୁର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକ ନିଲମ୍ବିତ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ ଏବଂ ମେରାମଣ୍ଡଳୀ ଜେଇ ସଂଜୟ ସ୍ୱାଇଁଙ୍କୁ ବହିଷ୍କୃତ କରିଛି । ଏଠାରେ ଉଲ୍ଲେଖଯୋଗ୍ୟଯେ, ମୃତ ହାତୀମାନଙ୍କ ମଧ୍ୟରେ ଏକ ଦନ୍ତା ଥିବାବେଳେ ଏକ ହାତୀ ଗର୍ଭବତୀ ଥିଲା । ବାହାର ଦୁନିଆ ଦେଖିବା ପୂର୍ବରୁ ମା’ ପେଟରେ ହାତୀ ଶବକର ମଧ୍ୟ ମୃତ୍ୟୁ ହୋଇଯାଇଛି ।

ହାତୀମାନଙ୍କ ବ୍ୟବଚ୍ଛେଦ ଚାଲିଥିଲେ ମଧ୍ୟ ଏଥିରେ ବ୍ୟଘାତ ଘଟିଛି । କିଛି ହାତୀ ନିଜ ପରିବାରର ସଦସ୍ୟମାନଙ୍କ ଖୋଜ ଖବର କରିବାପାଇଁ ଘଟଣା ସ୍ଥଳକୁ ମାଡିଆସିଚନ୍ତି । ଫଳରେ ଗ୍ରାମବାସୀ ,ବନ ବିଭାଗର କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଆତଙ୍କିତ ହୋଇ ଘଟଣାସ୍ଥଳରୁ ଦୂରକୁ ଚାଲି ଆସିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ