Connect with us

ଅପରାଧ

ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଶିକାର ମାମଲା

ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଶିକାର ମାମଲା
୪ ଅଭିଯୁକ୍ତ ଦୁଇ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ
ବରଗଡ଼,୧୩ା୧୧: ବରଗଡ଼ ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଶିକାର ମାମଲାରେ ଅଧିକ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଏନେଇ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ବରଗଡ଼ ଏସଡିଜେଏମ୍ କୋର୍ଟରୁ ଆଜି ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ରିମାଣ୍ଡରେ ଆଣିବା ପରେ ଟାଉନ ଥାନାରେ କ୍ରାଇମବ୍ରାଂଚ୍ ଟିମ୍ ଅଭିଯୁକ୍ତମାନଙ୍କୁ ପଚରା ଉଚୁରା କରୁଛି ।

ସେହିପରି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି ତଦନ୍ତକାରୀ ସଂସ୍ଥା । କ୍ରାଇମବ୍ରାଂଚ ଡିଏସପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍ ଅଭିଯୁକ୍ତମାନଙ୍କୁ ପଚରା ଉଚୁରା କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୨୮ ତାରିଖରେ ଡ଼େବ୍ରିଗଡ଼ ଜଙ୍ଗଲରୁ ମହାବଳ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ମାନଙ୍କ ନିକଟରୁ ବାଘର ପଞ୍ଝା, ନିଶ ଜବତ ହୋଇଥିଲା । ଘଟଣାରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜଣେ ଫରେଷ୍ଟ ଗାର୍ଡ ଏବଂ ଅନ୍ୟ ଜଣେ ଫରେଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ