Connect with us

ଅପରାଧ

ଡଙ୍କାରୀ ପାହାଡରେ ଚଢାଉ, ୪ ଖାଦାନ୍ ବନ୍ଦ

ସାଙ୍କେତିକ ଚିତ୍ର

ଡଙ୍କାରୀ ପାହାଡରେ ଚଢାଉ, ୪ ଖାଦାନ୍ ବନ୍ଦ
ଭୁବନେଶ୍ୱର,୧୫ା୧୦ : ବେଆଇନ୍ ଭାବେ ପାହାଡ ଖୋଳାଯାଉଥିବା ଅଭିଯୋଗରେ ଯାଜପୁର ଧର୍ମଶାଳା ଡଙ୍କାରୀ ପାହାଡ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ଏନଜିଟିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ୪ ଟି ଖାଦାନକୁ ବନ୍ଦ କରାଯାଇଛି । ସୂଚନା ଅନୁଯାୟୀ ଡଙ୍କାରୀ ପାହାଡ଼ରେ ୨୪ରୁ ଉଦ୍ଧ୍ୱର୍ ଲାଇସେନ୍ସପ୍ରାପ୍ତ ଓ ବେଅ।ଇନ କ୍ରସର ରହିଛି । ତେବେ ଏଠାରେ କେନ୍ଦ୍ର ସରକାରଙ୍କ ଏକ ତୈଳ ପ୍ରକଳ୍ପ ହେବ ବୋଲି ସ୍ଥିର ହେବା ପରେ ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହିତ ଏଠାରେ ଥିବା ସମସ୍ତ ଲାଇସେନ୍ସ ପ୍ରାପ୍ତ ଓ ବେଅ।ଇନ କ୍ରସର ବନ୍ଦ ସହିତ ଖଣି ଉତୋଳନ ଓ ପରିବହନ କାର୍ଯ୍ୟବନ୍ଦ କରିବାକୁ କହିଥିଲେ ।

ମାତ୍ର ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସର୍ବେଶ୍ୱର ବେହେରା ନାମକ ଜଣେ ସମାଜସେବୀ ଜାତୀୟ ଗ୍ରିନ ଟ୍ରିବୁନାଲରେ ଏ ନେଇ ମାମଲା ଦାୟର କରିଥିଲେ । ଗତ ୫ ତାରିଖରେ ଜାତୀୟ ଗ୍ରିନ ଟ୍ରିବୁନାଲ ଏ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ଜଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ସୋମବାର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଏସପି ଚରଣ ସିଂହ ମୀନାଙ୍କ ନେତୃତ୍ୱରେ ପୁଲିସ ଓ ରାଜସ୍ୱ ବିଭାଗ ଅଧୀକାରୀମାନେ ଡଙ୍କାରୀ ପାହାଡ଼ ଅଂଚଳକୁ ଯାଇ ବେଅ।ଇନ କ୍ରସରଗୁଡ଼ିକୁ ବନ୍ଦ କରିବା ସହିତ ସେଠାରେ ଚଢାଉ ଜାରି ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ