Connect with us

ଅପରାଧ

ଡଙ୍କାରୀ ଖଣି ଘୋଟାଲାର ନବୀନ ଗଡ୍ଫାଦର – କଂଗ୍ରେସ

ସାଙ୍କେତିକ

ଡଙ୍କାରୀ ଖଣି ଘୋଟାଲାର ନବୀନ ଗଡ୍ଫାଦର – କଂଗ୍ରେସ
ଭୁବନେଶ୍ୱର, ୩୧ ଜାନୁଆରୀ – ନବୀନ ପଟ୍ଟନାୟକଙ୍କ ସରକାରରେ ବାବୁଙ୍କ ସହଯୋଗରେ ହଜାର ହଜାର କୋଟି ଟଙ୍କାର ବେଆଇନ୍ ଖଣି କାରବାର ଚାଲିଥିଲା ବୋଲି ଗ୍ରୀନ୍ ଟ୍ରିବ୍ୟୁନାଲ୍ଙ୍କ ରିପୋର୍ଟରୁ ଧରାପଡିଛି । ଶାହା କମିଶନଙ୍କ ତଦନ୍ତ ପରେ ମଧ୍ୟ ବନ୍ଦ ହୋଇନାହିଁ ଖଣି ଘୋଟାଲା । ତା’ର ସବୁଠୁ ବଡ ଉଦାହରଣ ହେଉଛି ଡଙ୍କାରୀ ପାହାଡ ବେଆଇନ୍ ଖଣି କାରବାର । ଡଙ୍କାରୀ ଖଣି ଘୋଟାଲାରେ ମୁଖ୍ୟମନ୍ତ୍ରୀ ହିଁ ଦାୟୀ । ଏ କେଳେଙ୍କାରୀର ଗଡଫାଦର ନିଜେ ମୁଖ୍ୟମନ୍ତ୍ରୀ ବୋଲି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ତା ୬.୮.୨୦୧୬ ଚିଠି ନମ୍ବର ୩୩୧୪ ରେ ଯାଜପୁର ଜିଲ୍ଲାପାଳ ଧର୍ମଶାଳାରେ ବିଭିନ୍ନ ସମୟରେ କାର୍ଯ୍ୟ କରିଥିବା ୬ ଜଣ ଉପଜିଲ୍ଲାପାଳ ଓ ୧୦ ଜଣ ତହସିଲଦାରଙ୍କ ଉପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ତା ୧୧.୮.୨୦୧୬ ଓ ୨୩.୮.୨୦୧୬ ରେ ଯାଜପୁର ଜିଲ୍ଲାପାଳ ୧୦ ଜଣ ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ । ତଥାପି ଏ ଯାଏଁ କାହିଁକି ଏ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ଏ ସମସ୍ତ ଘଟଣା ସତ୍ୱେ କାହିଁକି ଜିଲ୍ଲାପାଳଙ୍କ ବିରୁଦ୍ଧରେ ତଦନ୍ତ କରାନଯାଇ ଓଲଟା ଜିଲ୍ଲାପାଳଙ୍କୁ ତଦନ୍ତ କରିବାର କ୍ଷମତା ରାଜ୍ୟ ସରକାର ଦେଇଦେଲେ ତାକୁ ନେଇ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।
ଅଭିଯୁକ୍ତ ଲିଜ୍ଧାରୀ ଶ୍ରୀବାସ ଜେନା ବିଜେଡିର ଜଣେ ଆଗଧାଡିର ନେତା ଓ ନବୀନଙ୍କ ସହ ତାଙ୍କର ନିବିଡ ସଂପର୍କ ଅଛି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ଏ ନେଇ ଶ୍ରୀବାସ ଜେନା ଓ ନବୀନ ପଟ୍ଟନାୟକ ଗୋଟିଏ ମଂଚରେ ଏକାଠି ଯୋଗଦେବାର ଫଟୋ ମଧ୍ୟ ମିଡିଆ ସେଲ୍ ମୁଖ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲେ । ଏପରିକି ଅଭିଯୁକ୍ତ ସରକାରୀ ବାବୁଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ ମଧ୍ୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ତାଙ୍କ ରାୟରେ କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ ବିଜେଡି ସରକାର ଓ ବିଜେଡି ନେତାଙ୍କ ଦ୍ୱାରା ଖଣି ଘୋଟାଲା ବର୍ତମାନ ମଧ୍ୟ ଚାଲୁଛି ଏବଂ ଅଭିଯୁକ୍ତଙ୍କ ପାଖରୁ ବିଜେଡି ଚାନ୍ଦା ସଂଗ୍ରହ କରୁଛି ବୋଲି ପ୍ରଦେଶ କଂଗେସ ଅଭିଯୋଗ କରିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ