Connect with us

ଓଡିଶା

ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଧର୍ମଘଟ

ସାଙ୍କେତିକ

ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଧର୍ମଘଟ
ଜୀବନଯାତ୍ରା ବ୍ୟାହାତ
ଗଡିଲାନି ବସ୍ , ଟ୍ରକ୍,୭ ଟ୍ରେନ୍ ବାତିଲ
ଭୁବନେଶ୍ୱର,୮ା୧ : ୧୨ ଦଫା ଦାବିରେ ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ୨ ଦିନିଆ ଧର୍ମଘଟ ମଙ୍ଗଳବାର ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ କରାଯାଇଛି । ଓଡିଶାରେ ବିଜେଡି ଓ କଂଗ୍ରେସ ସମେତ କିଛି ରାଜନୈତିକ ଦଳ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି । ବାମପନ୍ଥୀ ଦଳ ଗୁଡିକ ମଧ୍ୟଏଥିରେ ସାମିଲ ହୋଇଛନ୍ତି । ଧର୍ମଘଟ ପ୍ରଭାବରେ ସାଧାରଣ ଜୀବନଯାତ୍ରା ବ୍ୟାହାତ ହୋଇଛି । ଯାନ ବାହାନ ଚଳାଚଳ ବନ୍ଦ ରହିଛି । କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମେତ ବ୍ୟାଙ୍କ୍ , ଜାତୀୟ ରାଜପଥ ,ରେଲୱେ ଷ୍ଟେସନ୍ ବିଭିନ୍ନ ଛକ ସ୍ଥାନରେ ଟାୟାର ଜାଳି ପିକେଟିଂ କରାଯାଇଥିଲା ।

ତେବେ ସଚିବାଳୟ , ବିଧାନସଭା ଓ ବିଭାଗୀୟ ମୁଖ୍ୟ ଦପ୍ତର ସମେତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକ ଖୋଲା ରହିଥିଲା ଏବଂ କର୍ମଚାରୀ ଉପସ୍ଥାନ ମଧ୍ୟ ସ୍ୱାଭାବିକ ଥିଲା । ସରକାରଙ୍କ ଘୋଷଣା ଅନୁଯାୟୀ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିଲା । ଅତ୍ୟାବଶ୍ୟକୀୟ ସେବାଗୁଡିକୁ ଧର୍ମଘଟରୁ ବାଦ୍ ଦିଆଯାଇଥିଲା । ଅନ୍ୟପକ୍ଷରେ ପୂର୍ବତଟ ରେଳପଥ ପକ୍ଷରୁ ୭ଟି ଟ୍ରେନ୍ କୁ ବାତିଲ କରାଯାଇଥିବା ବେଳେ ୨ ଟି ଟ୍ରେନ୍ କୁ ଆଂଶିକ ଭାବେ ବାତିଲ କରାଯାଇଥିଲା ଏବଂ ୨୦ଟି ଟ୍ରେନ୍ ର ରୁଟ୍ ପରିବର୍ତନ କରାଯାଇଥିଲା । ସରକାରଙ୍କ ଶ୍ରମିକ ମାରଣ ନୀତି, କୃଷକ ମାରଣନୀତି, ସର୍ବୋପରି ଜନବିରୋଧୀ ନୀତି,ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା ଦାବି, କୃଷି ଋଣ ଛାଡ଼, କୃଷକମାନଙ୍କର ଫସଲର ଉଚିତ୍ ମୂଲ୍ୟ, ବେକାରଙ୍କୁ ନିଯୁକ୍ତି, ବନ୍ଦ କଳକାରଖାନାକୁ ପୁନଃ ଖୋଲିବା, ଶ୍ରମିକମାନଙ୍କୁ ଛଟେଇରୁ ବନ୍ଦ କରିବା ଆଦି ଦାବି ନେଇ ଦେଶର ୧୦ ଟି ଟ୍ରେଡ୍ ୟୁନିୟନ ର ୨୦ କୋଟି କର୍ମଚାରୀ ଧର୍ମଘଟକୁ ଓହ୍ଲାଇଛନ୍ତି । ବନ୍ଦକୁ ସଫଳ କରିବାପାଇଁ ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳରୋକ କରାଯିବା ସହ ରାସ୍ତା ଅବରୋଧ କରାଯାଇଥିଲା । ଦୋକାନ ବଜାର , ଟ୍ରକ୍ , ବସ୍ ଓ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିଥିଲା ।

ତେବେ ରାଜଧାନୀରେ କାଁଭାଁ ୨ ଚକିଆ ଗାଡି ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହା ବ୍ୟତୀ ହାଇକୋର୍ଟ , ବନ୍ଦର ଓ ଖଣି ଗୁଡିକ ମଧ୍ୟ ବନ୍ଦ ରହିଥିଲା । ବସ୍ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା