Connect with us

ସମ୍ପାଦକୀୟ

ଟ୍ରାଇ ର କାର୍ଯ୍ୟ ସନ୍ଦେହ ଜନକ ,ବିଚାର ବିଭାଗୀୟ ତଦନ୍ତ ହେବା ଦରକାର ।

ସାଙ୍କେତିକ

ଟ୍ରାଇର କାର୍ଯ୍ୟ ସନ୍ଦେହ ଜନକ ,ବିଚାର ବିଭାଗୀୟ ତଦନ୍ତ ହେବା ଦରକାର ।
କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ‘ଟ୍ରାଇ’ (Telecom Regulatory Authority of India) ବା ‘ଭାରତୀୟ ଦୂରସଂଚାର ନିୟାମକ ଆୟୋଗ’ ଦେଶରେ ବିଭିନ୍ନ ଟେଲିକମ କମ୍ପାନୀମାନଙ୍କର ମନୋମୁଖୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରି ଜନସଧାରଣଙ୍କୁ ଶୋଷଣରୁ ମୁକ୍ତିଦେବାପାଇଁ ଗଠନ କରାଯାଇଥିଲା । କିନ୍ତୁ ବର୍ତମାନ ଦେଖାଯାଉଛିଯେ, ଟ୍ରାଇର କାର୍ଯ୍ୟ ଜନସାଧାରଣଙ୍କ ସୁବିଧା ପରିବର୍ତେ କମ୍ପାନୀ ଗୁଡିକର ହାତ ବାରିସୀ ହୋଇ କାମ କରୁଛି କିମ୍ବା ସୁହାଇଲା ଭଳି କାର୍ଯ୍ୟ କରୁଛି । ଯାହା ଦେଶ ତଥା ଜନସାଧାରଣଙ୍କ ପାଇଁ ଅହିତ କର ।.ଉଦାହରଣ ସ୍ୱରୂପ, ଟେଲିକମ ଦୁନିଆକୁ ନଷ୍ଟ ଭ୍ରଷ୍ଟ କରିଦେଲା ଟ୍ରାଇର ତ୍ରୁଟିପୂର୍ଣ୍ଣ ନିୟମ ।

ବିଏସଏନଏଲ ର ସେବା ଟ୍ରାଇ ଦ୍ୱାରା ପ୍ରଭାଭିତ ହୋଇ ପତନର ଦ୍ୱାର ଦେଶରେ । ଟାଟା ଟେଲିସର୍ଭିସେସ ବହୁତ ରାଜ୍ୟରେ ବନ୍ଦ ହୋଇଗଲା । ଏୟାରସେଲ ରେ ତାଲା ଝୁଲିଲାଣି । ଆଇଡ଼ିଆ ଓ ଏୟାରଟେଲ ଦବ ଦବ ବାଜିଲାଣି । କିନ୍ତୁ ସରକାରଙ୍କ ପ୍ରିୟ ଏକ କମ୍ପାନୀ ତାର ବେପାର ବଢ଼ାଇ ଚାଲିଛି । ଏହାଦ୍ୱାରା ଟ୍ରାଇର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଟାଣି ଆଣୁଚି । ଆଉ କିଛି ମାସପରେ ଉକ୍ତ କମ୍ପାନୀ କେବଳ ବ୍ୟବସାୟ କରିବ, ବାକିସବୁ କମ୍ପାନୀରେ ତାଲା ଝୁଲିବ । ସେତେବେଳେ ସେଇ କମ୍ପାନୀ ହିଁ କେବଳ ଏକଚାଟିଆ ବେପାର କରିବ ମନୋମୁଖୀ ଭାବରେ । ଜନସାଧାରଣ କିମ୍ବା ସରକାରଙ୍କ ପାଖରେ କୌଣସି ବିକଳ୍ପ ନଥିବ ପରିସ୍ଥିତିକୁ ସମ୍ଭାଳିବା ପାଇଁ ।ବିପଦର ପଦଧ୍ୱନି ସରକାର କଣ ଜାଣିପାରୁନାହାନ୍ତି ? ନ ସରକାର ସବୁ ଜାଣି ଚୁପ ରହୁଛନ୍ତି ?

ବର୍ତମାନ ଉକ୍ତ କମ୍ପାନୀ ଟେଲିଯୋଗା ଯୋଗ ବ୍ୟବସାୟକୁ ହତେଇଲାପରେ ଟିଭି ଚାନେଲ ବ୍ୟବସାୟ ଉପରେ ଲୋଲୁପ ଦୃଷ୍ଟି ପକାଇଛି । ସରକାରଙ୍କର ସମର୍ଥନରେ ବଳିୟାନ ହୋଇ ସେ ତାର ଗୋଟି ଚାଳନା ଆରମ୍ଭ କରିସାରିଲାଣି । ସଦ୍ୟ ଉଦାହରଣ ହେଉଛି , ଟିଭି ଚାନେଲ ପ୍ରସାରଣକୁ ନେଇ ଟ୍ରାଇ ଯେଉଁ ନିୟମ କରିଛି ତାହା ଉକ୍ତ କମ୍ପାନୀକୁ ସୁହାଇବାପାଇଁ କରିଛି । ଏଠାରେ ପ୍ରଶ୍ନ ଉଠେଯେ ,କେବଳ ଉକ୍ତ କମ୍ପାନୀ କଣ ସଫଳତାର ମନ୍ତ୍ର ଜାଣିଚି ଓ ଅନ୍ୟ କମ୍ପାନୀ ମାନେ କଣ ମୂର୍ଖ ? ଯଦି ଟ୍ରାଇ ନିରପେକ୍ଷ ଥିଲା ତେବେ ଅନ୍ୟ କମ୍ପାନୀ ଗୁଡିକ ହଜାର ହଜାର କୋଟି ଟଙ୍କା କ୍ଷତି ସହିଲେ କେମିତି ? ଗୋଟେ କମ୍ପାନୀ କେମିତି ଏଇ ଚାରି ବର୍ଷ ଭିତରେ ଅନ୍ୟ ସମସ୍ତଙ୍କ ବେପାର ବନ୍ଦ କରେଇଦେଲା ? ରିଲାଇନ୍ସ ଏଡିଏ 93ନମ୍ବର ଯୁକ୍ତ ମୋବାଇଲ ଯୋଉଟା CDMA ଥିଲା, ବନ୍ଦ ହେଲାବେଳେ ଲୋକଙ୍କର ବାଲାନ୍ସ ପଇସା ଓ ଭେଣ୍ଡରଙ୍କର ପଇସା ଫେରେଇଲା ନାହିଁ ।

ସେହିପରି ରିଲାଇନ୍ସ କମ୍ପାନୀ ଓଡ଼ିଶାରେ ନିଜର 986 ନମ୍ବର ଯୁକ୍ତ ସେବା ରାତାରାତି ବନ୍ଦ କଲାବେଳେ ମଧ୍ୟ ଗ୍ରାହକଙ୍କ ବାଲାନ୍ସ ପଇସା ଫେରେଇଲା ନାହିଁ ଏହା କଣ ଟ୍ରାଇକୁ ଦେଖାଯାଉନଥିଲା ?
ବର୍ତମାନ ଲାଗୁ କରିଥିବା ଟିଭି ଚାନେଲ ପ୍ରସାରଣ ନିୟମ ମଧ୍ୟ ତ୍ରୁଟି ପୁର୍ଣ । ଉଦାହରଣ ସ୍ୱରୂପ , ଏଥିରେ ସହରାଂଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ତାରତମ୍ୟ କୁ ଉଛେଦ କରାଯାଇଛି ଯାହା ସମ୍ପୂର୍ଣ ଅଗଣତାନ୍ତ୍ରିକ ଓ ଅନ୍ୟାୟ । କାରଣ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅର୍ଥନୈତିକ ତାରତମ୍ୟ ରହିଛି । ଏହି ନିୟମ ଲାଗୁହେଲେ ଗ୍ରାମାଞ୍ଚଳ ଦର୍ଶକ ଭୟଙ୍କର ଭାବରେ ପ୍ରଭାବିତ ହେବେ ଓ ସେମାନେ ଏହି ଦରବୃଦ୍ଧିକୁ ସହିପରିବେ ନାହିଁ ।

ଆମେମାନେ ଯଦି ଟିକେ ଗଭୀର ଚିନ୍ତା କରିବା କି ଗ୍ରାମାଞ୍ଚଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ କଣ ଏତେ ଉର୍ନତ ଯେ ,ସେମାନେ ମାସିକ 250 ଟଙ୍କାରୁ ଅଧିକ ଦେଇ ପାରିବେ ? ଗ୍ରାମାଞ୍ଚଳ ଲୋକଙ୍କ ଆୟ କଣ ଏତେ ସ୍ୱଚ୍ଛଳ ଯେ, ସେମାନେ ଏତେ ପରିମାଣର ଅର୍ଥ ଦେଇପାରିବେ ?
ଏବେ ଆମେ ଆଲୋଚନା କରିବା ‘ଆମ ଉପଭୋକ୍ତା ଅଧିକାର ଓ ନୈତିକ ଅଧିକାର’ ଉପରେ ଯାହା ଯୁକ୍ତି ସଂଗତ –
ଆମେ ଯଦି ମନୋରଞ୍ଜନ ଧର୍ମୀ ଦେୟଯୁକ୍ତ ଚାନେଲ (Pay Chanel) ଦେଖିବୁ ତେବେ ସେଥିରେ ଆସୁଥିବା ବିଜ୍ଞାପନ ଦେଖିବୁ କାହିଁକି ? ଦର୍ଶକ କଣ ପଇସା ଦେଇ ବିଜ୍ଞାପନ ଦେଖିବେ ?

ଉଦାହରଣ ସ୍ୱରୂପ – ଆମେ ସିନେମା ଦେଖିବାକୁ ପ୍ରକ୍ଷାଳୟକୁ ଗଲେ ଅଢେଇ ଘଣ୍ଟାର ଚଳଚିତ୍ର ପାଇଁ ଅତିବେଶୀରେ 10 ମିନିଟର ବିଜ୍ଞାପନ ଦେଖିଥାଉ, କିନ୍ତୁ ଟିଭିରେ ମନୋରଞ୍ଜନ ପାଇଁ ଅଧଘଣ୍ଟାର ପ୍ରୋଗ୍ରାମ ଦେଖିବାପାଇଁ 12 ମିନିଟର ବିଜ୍ଞାପନ ଦେଖିବାକୁ ବାଧ୍ୟ ହୋଇଥାଉ । ଅର୍ଥାତ ଅଢେଇ ଘଣ୍ଟା ଯଦି ଆପଣ ଟିଭି ଦେଖିବେ ତେବେ ଏକ ଘଣ୍ଟା ବିଜ୍ଞାପନ ଦେଖିବାକୁ ବାଧ୍ୟ ।
କଣ ପାଇଁ ଆମେ ପଇସାଦେଇ ବିଜ୍ଞାପନ ଦେଖିବୁ ?

କେନ୍ଦ୍ର ସରକାର ଉପୋରକ୍ତ ଭୁଲ ଓ ବିଭ୍ରାନ୍ତିକର ନିୟମ ଲାଗୁ ନକରି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଦରକାର । ଆଗାମୀ ଦିନରେ ଏକ ଜନହିତକର ଓ ଲୋକପ୍ରିୟ ନିୟମ ଲାଗୁକରିବା ପାଇଁ 5 ଜଣ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଶନ ଗଠନ କରାଯାଉ । ଦେଶର ସମସ୍ତ ପ୍ରସାରଣକାରୀ ,ବିତରକ,ଘରକୁ ଘର ଯୋଗାଇଦେଉଥିବା ବିତରଣକାରୀ ଓ ସର୍ବୋପରି ଖାଉଟି ମହାସଂଘ ସହିତ ଦର୍ଶକ ମହାସଂଘ ଗୁଡିକର ପ୍ରତିନିଧି ମାନଙ୍କଠାରୁ ନିଆଯାଇଥିବା ବିଭିନ୍ନ ଅଭିଯୋଗ ଓ ପ୍ରସ୍ତବ ଗୁଡିକୁ କମିଶନ ବିଚାରକରି, କମିଶନ ଦ୍ୱାରା ପ୍ରଦତ୍ତ ସୁସ୍ଥ ଜନକଲ୍ୟାଣକାରୀ ନିୟମ ଲାଗୁ  କରାଯାଉ । ଏହା ଦ୍ୱାରା ଟ୍ରାଇ ଗଠନ ଉଦେଶ୍ୟ ସଫଳ ହେବା ସହିତ ଜନସାଧାରଣଙ୍କ ପାଖରେ ଆଦୃତ ହୋଇପାରିବ ।

Click to comment

Leave a Reply

Cancel reply

Your email address will not be published. Required fields are marked *

More in ସମ୍ପାଦକୀୟ