Connect with us

ଆଞ୍ଚଳିକ

ଝାରସୁଗୁଡାରୁ କମର୍ସିଆଲ ବିମାନ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ସାଙ୍କେତିକ

ଝାରସୁଗୁଡାରୁ କମର୍ସିଆଲ ବିମାନ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର,୭ା୧ : ଝାରସୁଗୁଡା ବିମାନବନ୍ଦରରୁ ଏୟାର ଇଣ୍ଡିଆର କମର୍ସିଆଲ ବିମାନ ଚଳାଚଳ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡିଶାର ଝାରସୁଗୁଡା ଏକ ଶିଳ୍ପ ସମୃଦ୍ଧ ଏବଂ ବାଣିଜ୍ୟିକ ସ୍ଥଳ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ରହଣୀ ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ । ଏୟାର ଇଣ୍ଡିଆ କର୍ତୃପକ୍ଷଙ୍କୁ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ବିମାନ ଚଳାଚଳ ପାଇଁ ସବୁ ପ୍ରକାର ସହଯୋଗ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ