Connect with us

ଅପରାଧ

ଜେଲ ଗଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର

ସାଙ୍କେତିକ ଚିତ୍ର

ଜେଲ ଗଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର
ଭୁବନେଶ୍ୱର ୮ା୧୦ : ଯୁବତୀକୁ ଆକ୍ରମଣ କରିଥିବା ଏବଂ ଅସଦାଚାରଣ ଅଭିଯୋଗରେ ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଏବଂ ତାଙ୍କର ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି । ଗିରଫ କରିବା ପାଇଁ ତିନୋଟି ସ୍କ୍ୱାର୍ଡ଼ ଗଠନ କରାଯାଇଥିଲା । ତାଙ୍କୁ ଗିରଫ ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ଜାମିନ ନ ମିଳିବାରୁ ଜେଲ୍ ପଠାଇ ଦିଆଯାଇଛି । ଶ୍ରୀ କହଁର ବିଜେଡ଼ିର ବିଧାୟକ ଥିଲେ ।

ଦେବେନ୍ଦ୍ରଙ୍କର ଅଶ୍ଳିଳ ଚିତ୍ର ଭାଇରାଲ ହୋଇଥିଲା । ଗତ ସେପ୍ଟେମ୍ବର ମାସ ୩ ତାରିଖରେ ଏହି ଘଟଣା ଘଟିବା ପରେ ଉଭୟ ଫେରାର ହୋଇଥିଲେ । ପରେ ତାଙ୍କୁ କନ୍ଧମାଳ ପୋଲିସ ଗିରଫ କରିଥିଲେ । ଦେବେନ୍ଦ୍ର କହଁର ବନ୍ଧୁକ ଦେଖାଇ ଝିଅକୁ ମାରିବାକୁ ଧମକ ଦେଇଥିଲା । ତାଙ୍କ ନାମରେ ଧାରା ଆଇପିସି ୩୪, ୩୪୧, ୩୫୪ ଓ ୩୨୩ରେ ମାମଲା ରୁଜୁ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ