Connect with us

ଅପରାଧ

ଜେଲରୁ ବାହାରିବେ ଅଭିଜିତ୍

ସାଙ୍କେତିକ ଚିତ୍ର

ଜେଲରୁ ବାହାରିବେ ଅଭିଜିତ୍
ଭୁବନେଶ୍ୱର,୪ା୧୨ : ଖୁବ୍ ଶୀଘ୍ର ଜେଲରୁ ବାହାରିପାରନ୍ତି ଅଭିଜିତ୍ ଆୟାର ମିତ୍ର । ଏଥିପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିବେ । ତାଙ୍କ ବିରୁଦ୍ଧରେ ଥିବା ଅନ୍ୟାନ୍ୟ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବେ । ତାଙ୍କ ବିରୁଦ୍ଧରେ ଥିବା ମାମଲାକୁ ଚାଲୁ ରଖିବା ପ୍ରକ୍ରିୟାକୁ ମଂଜୁରୀ ନଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।ଏନେଇ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡିଶାର ଐତିହ୍ୟ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇ ଜେଲ ରେ ଥିବା ଅଭିଜିତ୍ ଆୟାର ମିତ୍ରଙ୍କ ଆବେଦନକୁ ବିଚାରକୁ ନେଇ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ । ଚିଠିରେ ଅଭିଜିତ ଲେଖିଥିଲେ ଯେ ସେ ନିଜ ମନ୍ତବ୍ୟ ଲାଗି କ୍ଷମା ମାଗିଛନ୍ତି । ଗତ ମାସ ୧୬ ତାରିଖରୁ ଓଡ଼ିଶା ବିଧାନସଭା ମୋତେ କ୍ଷମା ଦେଇସାରିଛନ୍ତି ।

କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ମନ୍ତବ୍ୟ ଦେଇନଥିବାରୁ ଓଡ଼ିଶା ସରକାର ତାଙ୍କ ବିରୋଧରେ ଥିବା ଦୁଇଟି ମାମଲାକୁ ପ୍ରତ୍ୟାହାର କିମ୍ବା ଖାରଜ କରିଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ