Connect with us

ଅପରାଧ

ଜାମିନ ଆବେଦନ ଖାରଜ, ପୁଣି ଜେଲ ଗଲେ ୭ ଅଭିଯୁକ୍ତ

ସାଙ୍କେତିକ

ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ମାମଲା
ଜାମିନ ଆବେଦନ ଖାରଜ, ପୁଣି ଜେଲ ଗଲେ ୭ ଅଭିଯୁକ୍ତ
ନୂଆପଡା, ୨୮ ଫେବୃଆରୀ – ଚଳିତ ମାଟ୍ରିକ ପରୀକ୍ଷାର ମାଟ୍ରିକ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଂଚଳର ୭ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନଙ୍କୁ ଖଡିଆଳ ଜେଏମଏଫସି ମାଜିଷ୍ଟ୍ରେଟ ଶ୍ରଦ୍ଧା ମାଣ୍ଡୋଟିଆ ଖାରଜ କରିଦେଇଛନ୍ତି । ଫଳରେ ପୁଣି ଥରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ବିବରଣୀ ଅନୁଯାୟୀ, ଗତ ୨୨ ତାରିଖରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଥମ ଦିନର ସାହିତ୍ୟ (ଓଡିଆ) ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋଡେନ ପୋଲିସ ୨ଜଣ ସୁପରିଟେଣ୍ଡେଂଟ, ଜଣେ ଯୁବକଙ୍କ ସମେତ ୭ଜଣ ଶିକ୍ଷକଙ୍କୁ ଗିରଫ କରି ଖଡିଆଳ କୋର୍ଟକୁ ଚାଲାଣ କରିଥିଲା । ଅଭିଯୁକ୍ତ ମାନେ ହେଲେ କରଙ୍ଗାମାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ପ୍ରସନ୍ନ ପତି (ସୁପରିଟେଣ୍ଡେଂଟ), ମୁକୁନ୍ଦ ଶବର, ବିଘ୍ନରାଜ ସୁପକାର, ସର୍ବଜ୍ଞ ସୁପକାର, ଯୁବକ ଜ୍ଞାନଦତ ସୁପକାର ଏବଂ ଲିଟିସର୍ଗି ହାଇସ୍କୁଲ କେନ୍ଦ୍ରର ସୁଶିଲ କୁମାର ଯୋଷୀ (ସୁପରିଟେଣ୍ଡେଂଟ), ଅର୍ଜୁନ ଜୟ ପଣ୍ଡା ।

ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ନିକଟରେ ଗୁରୁବାର ଜାମିନ ଆବେଦନର ଶୁଣାଣି ହୋଇଥିଲା । ଦଫା ୪୦୯,୧୨୦(ଖ)(୫୬/୧୯) ସେମାନେ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବାରୁ ଜାମିନ ଆବେଦନ ଖାରଜ ହୋଇଥିବାର ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ