Connect with us

ଆଞ୍ଚଳିକ

ଜାତୀୟ ମତଦାତା ଦିବସ ପାଳିତ

ଜାତୀୟ ମତଦାତା ଦିବସ ପାଳିତ

ଜାତୀୟ ମତଦାତା ଦିବସ ପାଳିତ
ମାଲକାନଗିରି- ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ଼କ୍ରସ ତରଫରୁ ନବମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦନା କରି ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ସଭାକୁ ଯୁବ ରେଡ଼କ୍ରସ ଜିଲ୍ଲା ସମ୍ପାଦକ ଓ ଆବାହକ ଡ. ରଂଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଶିକ୍ଷା ବିଭାଗ ଅଧ୍ୟାପକ ଗୌତମ ନାୟକ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ରୂପେ ଏନ.ସି.ସି ଅଫିସର ସୁଶାନ୍ତ କୁମାର ମାଝୀ ଯୋଗଦାନ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ନିରପେକ୍ଷ ଭାବେ ମତଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ସଂସ୍ଥା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଯୁବ ରେଡ଼କ୍ରସ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସମତେ ଦୁଇଶହରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ସଭା ଶେଷରେ ବାଣିଜ୍ୟ ଅଧ୍ୟାପକ ବି. ଗୁପ୍ତେଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ