Connect with us

ଅପରାଧ

ଜମା ଟଙ୍କା ଫେରି ପାଇବେ ରୋଜଭ୍ୟାଲି ଜମାକାରୀ

ସାଙ୍କେତିକ ଚିତ୍ର

ଜମା ଟଙ୍କା ଫେରି ପାଇବେ ରୋଜଭ୍ୟାଲି ଜମାକାରୀ
ଭୁବନେଶ୍ୱର,୧୩ା୧୨ : ଚିଟ୍ ଫଣ୍ଡ ସଂସ୍ଥା ରୋଜଭ୍ୟାଲିରେ ଜମା କରିଥିବା ଜମାକାରୀ ମାନଙ୍କୁ ଜମା ଅର୍ଥ ଫେରସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ପ୍ରାୟ ୨ ଲକ୍ଷ ୩୮ ହଜାର ୪୭୭ ଜଣ ଜମାକାରୀଙ୍କୁ ଏହି ଟଙ୍କା ଫେରସ୍ତ କରାଯିବ । ୭ ହଜାର ଟଙ୍କା ପର୍ଯ୍ୟନ୍ତ ପୂରା ମିଳିବ । ୭ ହଜାରରୁ ୧୦ ହଜାର ହେଲେ ବଳକା ଟଙ୍କାର ୫୨ ପ୍ରତିଶତ ଦେବାପାଇଁ ଉଲ୍ଲେଖ କରାଯାଇଛି ।

ଏହି ସମସ୍ତ ଜମାକାରୀ ମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଂଟରେ ଅନଲାଇନ ମାଧ୍ୟମରେ ପଇଠ କରିବା ପାଇଁ କୁହାଯାଇଛି । ଆର.ଆଇ ଓ ପଂଚାୟତସ୍ତରରେ ଚିହ୍ନିତ ହୋଇଥିବା ଜମାକାରୀଙ୍କୁ ଏହି ଟଙ୍କା ଦିଆଯିବ । ଏହି ସମସ୍ତ ଜମାକାରୀ ମାନଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ପୈଠ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ