Connect with us

ଆଞ୍ଚଳିକ

ଜଙ୍ଗଲକୁ ଫେରିବ ସୁନ୍ଦରୀ

ସାଙ୍କେତିକ

ଜଙ୍ଗଲକୁ ଫେରିବ ସୁନ୍ଦରୀ
ଭୁବନେଶ୍ୱର:- ପୁଣି ଥରେ ଜଙ୍ଗଲକୁ ଯିବ ସୁନ୍ଦରୀ । ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ “ସୁନ୍ଦରୀ’କୁ ଛଡ଼ାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରୀକୁ ଜଙ୍ଗଲରେ ଛାଡ଼ିବା ପାଇଁ ହାତୀ “ଯଶୋଦା’ର ସହାୟତା ନିଆଯିବ । ସହାୟତା ପାଇଁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ଯଶୋଦା ଯାଇଛି । ଏକ ଟ୍ରକରେ ଯଶୋଦାକୁ ସାତକୋଶିଆ ନିଆଯାଇଛି । ଏଥିପାଇଁ ଅନ୍ୟ ହାତୀ ମଧ୍ୟ ଯିବେ । ଯଶୋଦା ଉପରେ ରହି ସୁନ୍ଦରୀ ଉପରେ ନଜର ରଖାଯିବ । ମଧ୍ୟପ୍ରଦେଶର ବାନ୍ଧବଗଡ଼ ଠାରୁ ଆସିଥିବା ସୁନ୍ଦରୀ ବିଗତ ଦିନରେ ସାତକୋଶିଆରେ ଅସ୍ଥିର ରହିବା, ମଣିଷ ମାରିବା, ଗାଈ ଓ କୁକୁରକୁ ମାରିଥିଲା । ଏଥିପାଇଁ ସୁନ୍ଦରୀକୁ ଟ୍ରାଙ୍କ୍ୟୁଲାଇଜ୍ କରାଯିବା ପରେ ଏନ୍କେ୍ଲାଜରରେ ରଖାଯାଇଥିଲା ।

ସୂଚନାଯୋଗ୍ୟ ଯେ, ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ସାତିକୋଶିଅ।ରେ ଛଡ଼ାଯାଇଥିିବା ବାଘୁଣୀ ସୁନ୍ଦରୀ ସାତକୋଶିଅ।ର ଅ।ଖପାଖ ଅଂଚଳରେ ଅ।ତଙ୍କ ସୃଷ୍ଟି କରିଥିଲା । ଲୋକଙ୍କୁ ମାରିବା ପରେ ଏ ନେଇ ଲୋକଙ୍କ ମଧ୍ୟରେ ଉତେଜନା ଓ ଅସନ୍ତୋଷ ବୃଦ୍ଧି ପାଇଥିଲା । ତେଣୁ “ସୁନ୍ଦରୀ’କୁ ଧରିବା ପାଇଁ ଗତ ଅକ୍ଟୋବର ମାସରୁ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସବୁଥର ବିଫଳ ହୋଇଥିଲେ । ଏଥିପାଇଁ ମଧ୍ୟପ୍ରଦେଶରୁ ବିଶେଷଜ୍ଞମାନେ ଅ।ସିଥିଲେ ମଧ୍ୟ ସେମାନେ ବି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇପାରି ନ ଥିଲେ । ଶେଷରେ ବିଶେଷଜ୍ଞମାନେ କୁମକୀ ହାତୀ ଯଶୋଦା ସହାୟତାରେ ସୁନ୍ଦରୀକୁ ଟ୍ରାଙ୍କ୍ୟୁଲାଇଜ୍ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ