Connect with us

ଆଞ୍ଚଳିକ

ଜଗା ଦର୍ଶନ ପାଇଁ ଟିକଟ

image

ଜଗା ଦର୍ଶନ ପାଇଁ ଟିକଟ
ପୁରୀ,୨୬ା୧୧ : ଧାଡି ଦର୍ଶନ ପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଏଣିକି ଭକ୍ତମାନଙ୍କୁ ଟିକଟ୍ କରିବାକୁ ପଡିବ । ଉଭୟ ଅନଲାଇନ୍ ଓ ଅଫଲାଇନରେ ଟିକଟ୍ ଉପଲବ୍ଧ ହେବ । ସୋମବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ଅନଲାଇନ୍ ମାଧ୍ୟମରେ ୬୦ ପ୍ରତିଶତ ଟିକଟ୍ ବିକ୍ରି ହେବ ବୋଲି ଜଣାପଡିଛି । ଶ୍ରୀମନ୍ଦିର ସଂସ୍କାର ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଟିକଟ୍ ଦର୍ଶନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ, ଭିତରକାଠରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଟିକଟ ବ୍ୟବସ୍ଥା ହେବ ।

୬୦ ପ୍ରତିଶତ ଟିକଟ ଅନଲାଇନରେ ଏବଂ ୩୫ ପ୍ରତିଶତ ଟିକଟ କାଉଣ୍ଟରରେ ମିଳିବ । ସେହିପରି ବାକି ୫ ପ୍ରତିଶତ ଦର୍ଶନୀ ଟିକଟ ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହିବ । ଶ୍ରୀଜୀଉଙ୍କ ଅବକାଶ, ବଲ୍ଲଭ ଓ ମଧ୍ୟାହ୍ନ ଧୂପ ପରେ ଟିକଟ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ଟିକଟ କେବେଠାରୁ ଓ ଟିକଟର ମୂଲ୍ୟ ନିର୍ଦ୍ଧାରଣ ହୋଇନଥିବା ବେଳେ ପରବର୍ତ୍ତୀ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯିବ । ସେହିପରି ମନ୍ଦିରକୁ ମିଳିଥିବା ଦାନ ସୁନା ଗୋଲଡ ସ୍କିମରେ ବ୍ୟାଙ୍କରେ ରହିବ । ପୂର୍ବରୁ ଲକରରେ ରଖିଲେ ଏହାର ସୁଧ ମିଳୁ ନଥିଲା । ମାତ୍ର ବ୍ୟାଙ୍କରେ ଗୋଲ୍ଡ ସ୍କିମରେ ସୁନା ରହିଲେ ୨.୫ ପ୍ରତିଶତ ସୁଧ ମିଳିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଗୋବର୍ଦ୍ଧନ ମଠକୁ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି ।

ଗୋବର୍ଦ୍ଧନ ମଠକୁ ୪ ଏକର ୯ ଡିସିମଲ ଜମି ଫେରାଇ ଦିଆଯିବ । ସେହିଭଳି ଶିଖ୍ ସମ୍ପ୍ରଦାୟର ବାଉଳି ମଠର ଉନ୍ନତିକରଣ ନେଇ ମଧ୍ୟ ଆଲୋଚନା କରାଯାଇଛି । ଅମୃତସର ଶିଖ୍ କମ୍ୟୁନିଟି ଉନ୍ନତିକରଣ ଦାୟିତ୍ୱ ନେବ । ଏହାସହିତ ଏହି ମଠର ମାଲିକାନା ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ରହିବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ