Connect with us

Uncategorized

ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ଛାତ୍ରଛାତ୍ରୀ – ପୋଲିସ୍ ଧସ୍ତାଧସ୍ତି , ଶତାଧିକ ଗିରଫ

ଭୁବନେଶ୍ୱର,୬ା୮ : ସରକାରୀ ଡାକ୍ତରଖାନାଗୁଡିକର ଘରୋଇକରଣ ବନ୍ଦ କରିବା ସମେତ ୫ ଦଫା ଦାବି ପୂରଣ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ସୋମବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଘେରାଉ କରିବାପାଇଁ ଯାଇଥିବା ବେଳେ ରାଜମହଲ ଛକ ଠାରେ ପୋଲିସ୍ ପକ୍ଷରୁ ସେମାନଙ୍କୁ ଅଟକାଯାଇଥିଲା । ଫଳରେ ପୋଲିସ୍ ଓ କେଂଗ୍ରେସ ସମର୍ଥୀତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ପରିସ୍ଥିତି ଅସମ୍ଭାଳ ହେବାରୁ ପୋଲିସ୍ ଶତାଧିକ ସଂଖ୍ୟାରେ ସେମାନଙ୍କୁ ଗିରଫ କରିଥିଲଳ ।
ସୋମବାର ପୂର୍ବାହ୍ନରେ ଇତିଶ୍ ପ୍ରଧାନଙ୍କ ନେତୃତ୍ୱରେ ତିନିଗୋଟି ମେଡିକାଲ କଲେଜ (ଏସସିିବି,ଏମକେସିଜିଓ ବୁର୍ଲା)ର ଶତାଧିକ ଡିଏମ୍ଏଲ୍ଟି ଓ ଡିଏମ୍ଆରଟି ଛାତ୍ରଛାତ୍ରୀ ଏବଂ ଛାତ୍ର କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ଦେଶ୍ୟରେ ଯାଇଥିଲେ । ରାଜମହଲ ଛକ ନିକଟରେ ପୋଲିସ ବାଧା ଦେବାରୁ ଧସ୍ତାଧସ୍ତି ହୋଇଥିଲା ଓ ଇତିଶ୍ ପ୍ରଧାନଙ୍କ ସମେତ ବହୁ ଛାତ୍ରନେତା ଗିରଫ ହୋଇଥିଲେ । ରାଜ୍ୟରେ ଟେକ୍ ମେଡ୍ ହେଲ୍ଥ କେୟାର ଓ ଡାଇଗ୍ନୋଷ୍ଟିକ୍ ରାଜ୍ୟ ସରକାରଙ୍କ ନିଦାନ ସେବା ସହ ଚୁକ୍ତିନାମା କରି ପିପିପି ମୋଡ୍ରେ କାର୍ଯ୍ୟକାରୀ କରୁଛି । ସରକାରୀ ଡାକ୍ତରଖାନାଗୁଡିକରେ ବହୁ ପଦବୀ ଖାଲି ଥିଲେ ମଧ୍ୟ ଶିକ୍ଷିତ ଯୋଗ୍ୟ ବେକାର ଯୁବକ ଯୁବତୀ ନିଯୁକ୍ତିରୁ ବଂଚିତ ହେଉଛନ୍ତି । ନିଦାନ ସେବା ସ୍ୱୟଂଚାଳିତ ଭାବେ କାର୍ଯ୍ୟ ନ କରିବା ପାଇଁ ଓ ସରକାରୀ ଡାକ୍ତରଖାନାଗୁଡିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ୨୦୧୮-୧୯ ଡିଏମ୍ଏଲ୍ଟି ଓ ଡିଏମ୍ଆରଟିର ବାର୍ଷିକ କୋର୍ଷକୁ ବାତିଲ କରିବାକୁ ସେମାନେ ଦାବି କରିଥିଲେ । ଉପରୋକ୍ତ ଦାବିଗୁଡିକ ସାତ ଦିନ ମଧ୍ୟରେ ରାଜ୍ୟ ସରକାର ପୂରଣ ନକଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ନେତା ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍ ଦାସ, ଅଭିଷେକ ପରିଡା, ଅମରେନ୍ଦ୍ର ଶ୍ରୀଚନ୍ଦନ,ଏମ୍.ଡି. ଫିରୋଜ ଅଲ୍ଲୀଙ୍କ ସମେତ ବହୁ ଡିଏମ୍ଏଲ୍ଟି ଓ ଡିଏମ୍ଆରଟିର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in Uncategorized