Connect with us

ବିଦେଶ

ଚୋକସୀଙ୍କ ଭିଡିଓକୁ ନେଇ ଚର୍ଚ୍ଚା l

ଚୋକସୀଙ୍କ ଭିଡିଓକୁ ନେଇ ଚର୍ଚ୍ଚା l

ଚୋକସୀଙ୍କ ଭିଡିଓକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୧୧ା୯ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କ ଏକ ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ହୋଇଛି । ଇଡି ଦ୍ୱାରା ଚୋକସୀଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ଭିଡିଓରେ ଭିତ୍ତିହୀନ ଦର୍ଶାଇ ସେ ଖୁବଶୀଘ୍ର ଭାରତ ଆସିବାର ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି ଚୋକସୀ । ବେଆଇନ ଭାବେ ତାଙ୍କ ସମ୍ପତ୍ତିକୁ ନିଲାମ କରାଯାଉଛି ବୋଲି ଚୋକସୀ ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି

। ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତରରେ ମେହୁଲ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ଦର୍ଶାଇଛନ୍ତି । ଏଣ୍ଟିଗୁଆରୁ ଜାରି ଏହି ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କାରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିରେ ନୀରବ ମୋଦିଙ୍କ ସମେତ ମେହୁଲ ଚୋକସୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଇଡି ଉଲ୍ଲେଖ କରିଥିଲା । ଚୋକସୀଙ୍କ ପାସପୋର୍ଟକୁ ଭାରତ ସରକାର ବାତିଲ କରି ଦେଇଛନ୍ତି । ତେଣୁ ବିନା କାରଣରେ ଭାରତକୁ ଫେରିବାର ପ୍ରଶ୍ନ ଉଠୁନି ବୋଲି ଚୋକସୀ ଉତ୍ତରରେ ପ୍ରକାଶ କରିଛନ୍ତି ।

୧୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ନୀରବ ମୋଦିଙ୍କ ସମେତ ତାଙ୍କ ମାମୁଁ ମେହୁଲ ଚୋକସୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି । ନୀରବ ଓ ମେହୁଲ ଉଭୟ ଫେରାର ଅଛନ୍ତି । ଇଣ୍ଟରପୋଲ ପକ୍ଷରୁ ନୀରବଙ୍କ ନାମରେ ରେଡ କର୍ଣ୍ଣର ନୋଟିସ ଜାରି କରିଥିବା ବେଳେ ମେହୁଲଙ୍କ ବିରୋଧରେ ନୋଟିସ ଜାରି କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଅପରପକ୍ଷରେ ମେହୁଲଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରି ଇଡି ପକ୍ଷରୁ ନୋଟିସ ଲଗାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ହାଇଦ୍ରାବାଦର ରଙ୍ଗାରେଡ୍ଡି ଜିଲ୍ଲାରେ ୧୭୦ ଏକର ପାର୍କକୁ ଇଡି ପକ୍ଷରୁ ଚିହ୍ନଟ କରାଯାଇ ଏହାକୁ ବାଜ୍ୟାପ୍ତ କରାଯାଇଛି । ସେହିପରି ମୁମ୍ବାଇ ବରିବାଳିସ୍ଥିତ ୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ