Connect with us

ଆମ ଖବର

ଚିଲି ସୋୟା

ସାଙ୍କେତିକ

ଚିଲି ସୋୟା
ଆବଶ୍ୟକ ସାମଗ୍ରୀ: ୫୦ ଗ୍ରା., ସୋୟା ବଡି, ୩ ଚାମଚ ଅଦା- ରସୁଣ ବଟା, ୨/୩ ବଡ ଚାମଚ ମଇଦା, ୨ ଚାମଚ ଆରାରୁଟ୍ କିମ୍ବା କର୍ଣ୍ଣଫ୍ଲୋର୍, ୨ ଚାମଚ ଚିକେନ୍ ମସଲା, ୧ ଚାମଚ ତେଲ, ଅଳ୍ପ ଟମାଟୋ, ଚିଲି ଓ ସୋୟା ସସ୍, ଅଳ୍ପ ଟିକେ କମଳା ରଙ୍ଗ, ୧ଟି ଛୋଟ ଗାଜର, ୧ଟି ସିମ୍ଲା ଲଙ୍କା, ୨/୩ଟି ପିଆଜ, ୧ ଚାମଚ ଅଦା-ରସୁଣ-କଞ୍ଚାଲଙ୍କା କଟା, ୧ ଚାମଚ ଚାଇନା ସଲଟ୍, ଅଳ୍ପ ଧନିଆପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ: ପିଆଜ, ସିମଲା ଲଙ୍କାକୁ ମୋଟା ମୋଟା ଏବଂ ଗାଜରକୁ ଲମ୍ବା ଆଉ ପତଳା ପତଳା କରି କାଟନ୍ତୁ । ପିଆଜ, ଅଳ୍ପ ଅଦା, ରସୁଣ, କଞ୍ଚାଲଙ୍କାକୁ ଚୁନ୍ ଚୁନା କରି କାଟିବେ । ଏସବୁକୁ ଅଳ୍ପ ତେଲରେ ଛାଣି ରଖି ଦିଅନ୍ତୁ । ବଡି ଯଦି ବଡବଡ ଥାଏ, ଛୋଟଛୋଟ କରି ଦିଅନ୍ତୁ । ସେଥିରେ ଏକ ଚାମଚ ଅଦା-ରସୁଣ ବଟା, ମଇଦା, କର୍ଣ୍ଣଫ୍ଲୋର୍ ଚିକେନ୍ ମସଲା କମଳା ରଙ୍ଗ, ଚାଇନ୍ ସଲ୍ଟ, ଲୁଣ, ତିନୋଟି ପ୍ରକାରର ସସ୍ରୁ ଅଳ୍ପ ଲେଖାଏଁ ପକାଇ ଭଲରେ ଗୋଳାଇ ଦିଅନ୍ତୁ । ସେଥିରେ ଅଳ୍ପ ଅଳ୍ପ ନେଇ ରିଫାଇନ୍ ତେଲରେ ପକୁଡି ପରି ଛାଣି ରଖନ୍ତୁ । ଅନ୍ୟ ଏକ କଡେଇରେ ତେଲ ଗରମ କରି ସେଥିରେ ବଳକା ଅଦା-ରସୁଣ ବଟା, ଚିକେନ୍ ମସଲା, ତିନୋଟି ସସ୍, ଚାଇନା ସଲଟ୍ ପକାଇ ଭଲରେ କଷନ୍ତୁ । ଅଧା କପ୍ ପାଣିରେ ୧ ଚାମଚ କର୍ଣ୍ଣଫ୍ଲୋର୍ ଗୋଳାଇ ସେହି ମସଲାରେ ପକାଇ ଦିଅନ୍ତୁ । ବର୍ତ୍ତମାନ ସେଥିରେ ଛଣା ସୋୟାବଡି ଏବଂ ପରିବା ପକାଇ ଭଲରେ ଗୋଳାଇ ଦିଅନ୍ତୁ । ଏଥର କଟା ଧନିଆପତ୍ର ପକାଇ ଗରମଗରମ ପରଷନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର