Connect with us

ଆମ ଖବର

ଚିଜ୍ ଟୋଷ୍ଟ

ସାଙ୍କେତିକ

ଚିଜ୍ ଟୋଷ୍ଟ
ଆବଶ୍ୟକୀୟ ସାମଗ୍ରୀ: ପାଉଁରୁଟି ସ୍ଲାଇସ୍ ୧୦ଟି, ମଇଦା ୧ କପ୍, ପନିର୍ ୫୦ ଗ୍ରାମ୍, ଅଣ୍ଡା ୨ଟି, ବେକିଂ ପାଉଡର ୧/୨ ଚାମଚ, ସ୍ପାଇସ୍ ପାଉଡର ୧/୨ ଚାମଚ, ସୋୟାସସ୍ ୧ ଚାମଚ, ଲୁଣ ସ୍ୱାଦ ଅନୁଯାୟୀ ଓ ତେଲ ଆବଶ୍ୟକତା ଅନୁଯାୟୀ ।
ପ୍ରସ୍ତୁତି ପ୍ରଣାଳୀ: ମଇଦା, ଅଣ୍ଡା ଓ ବେକିଂ ପାଉଡର ମିକ୍ସରେ ମିଶାଇ ଫେଣ୍ଟି, ପନୀର, ସୋୟାସସ୍, ଲୁଣ ଓ ସ୍ପାଇସ୍ ପାଉଡର ମିଶାନ୍ତୁ । ପାଉଁରୁଟି ସ୍ଲାଇସର ଚାରିଦିଗର ମୋଟା କଠିନ ଧାରଗୁଡିକୁ କାଟି ବାଦ୍ ଦିଅନ୍ତୁ । ସ୍ଲାଇସଗୁଡିକୁ ସମାନ ବର୍ଗାକାରରେ କାଟି ପ୍ରତ୍ୟେକଟିର ଗୋଟିଏ ପାଖରେ ଏହି ମିଶ୍ରଣଟି ମାଖନ୍ତୁ । କଡେଇରେ ତେଲ ଗରମ କରି ଛଣା ତେଲରେ ପାଉଁରୁଟିର ପନିର୍ ମଖାଯାଇଥିବା ଦିଗଟି ତଳକୁ କରି କଡାକରି ଭାଜନ୍ତୁ ଓ ସୁଆଦିଆ ଚିଜ୍ ଟୋଷ୍ଟ ଗରମ ଗରମ ପରିବେଷଣ କରନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର