Connect with us

ଆମ ଖବର

ଚିକେନ୍ ପଲାଉ:

ସାଙ୍କେତିକ

ଚିକେନ୍ ପଲାଉ:
ସାମଗ୍ରୀ: ୧କିଲୋ ଚାଉଳ, ୫୦୦ ଗ୍ରାମ ବାସୁମତି ଚାଉଳ, ୪ଟା ମଧ୍ୟମ ଧରଣର ପିଆଜ, ୨୦ ପାଖୁଡା ରସୁଣ, ଅଦାଖଣ୍ଡ, ୨ଟା ଡାଲିଚିନି, ୫ଟି ବଡ ୍ ଲାଲ୍ ଲଙ୍କା, ୨ଟି ଗୁଜୁରାତି, ୨ଟି ଅଳେଇଚ, ୪ଟି ଗୋଲମରିଚ, ୪ଟି ଲବଙ୍ଗ, ଏକ ଚାମଚ ପାନମଧୁରୀ, ୨ଟା ତେଜପତ୍ର, ୨ଖଣ୍ଡ ଜାଇତ୍ରୀ, ଜାଇଫଳ ୧ଟା, ୧ ଚାମଚ ଘିଅ, ଅଧାକପ ରିଫାଇନ୍ ତେଲ, ୧ ଚାମଚ ଭିନେଗାର, ୧୦ଟି କବାବ ଚିନି, ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ।

ପ୍ରସ୍ତୁତି: ପ୍ରଥମେ ପାଣିରେ କବାବ ଚିନି, ଗୁଜୁରାତି, ଡାଲିଚିନି, ଅଳେଇଚ, ଲବଙ୍ଗ, ଗୋଲମରିଚ, ପାନମଧୁରୀ, ତେଜପତ୍ର, ଜାଇତ୍ରୀ ଓ ଜାଇଫଳ କୁ କପଡାରେ ବାନ୍ଧି ସିଝାଇ ଦେବେ । ପାଣି କୁ ଅଲଗା ରଖିବେ । ସିଝା ମସଲା ସହିତ ଦୁଇଟି ପିଆଜ, ରସୁଣ, ଅଦା ଓ ଲଙ୍କାକୁ ବାଟିଦେବା । ଚିକେନ୍କୁ ୧/୮ ସାଇଜ (ଗୋଟିଏ କୁକୁଡାକୁ ୮ ଖଣ୍ଡ କରି କାଟିବା) କରି କାଟିରଖିବ । କଡେଇରେ ତେଲ ଅଧା ନେଇ ବାକିଥିବା ପିଆଜ ଦୁଇଟିକୁ ସରୁସରୁ କାଟି କଡା କରି ଭାଜି, ଛାଣି ରଖିବ । କଡେଇରେ ତେଲ ଦେଇ ସବୁ ମସଲା ପକାଇ କସିବ, ଚିକେନ୍ ପକାଇବ । ଚିକେନ୍ ସିଝିଗଲା ପରେ ଓହ୍ଲାଇ ଦେବ । ଚାଉଳକୁ ତେଲରେ ଭାଜିବ । ଭାଜିବା ସମୟରେ ହଳଦୀ ଓ ଲୁଣ ପକାଇବା ଦରକାର । ଚାଉଳ ବ୍ରାଉନ୍ କଲର ହୋଇଗଲା ପରେ ସେଥିରେ ଚିକେନ୍ ମସଲା ପକାଇ ଢାଙ୍କୁଣୀ ଦେଇଦେଇ ଓହ୍ଲାଇ ଆଣିବା । ୨୦ ମିନିଟ ପରେ ଢାଙ୍କୁଣୀ ଖୋଲି ଗୋଟିଏ ଚାମଚ ଦେଶୀ ଘିଅ ଓ ଭଜା ପିଆଜ ଦେଇ ଗରମ ଗରମ ପରିଷିଦେବା ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର