Connect with us

ଆଞ୍ଚଳିକ

ଚାଷୀଙ୍କ ଋଣ ଛାଡ୍ ଦାବିରେ ଆସନ୍ତା ୮ରେ ଘେରାଉ

ସାଙ୍କେତିକ

ଚାଷୀଙ୍କ ଋଣ ଛାଡ୍ ଦାବିରେ ବିଜେପି ପକ୍ଷରୁ ସଚିବାଳୟ ଓ ନବୀନ ନିବାସ ଘେରାଉ ଆସନ୍ତା ୮ରେ
ସବୁ ମଣ୍ଡି ଆଗରେ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ
ଭୁବନେଶ୍ୱର,୧୮ା୧୨ : ରାଜ୍ୟରେ ଥିବା ୪,୩୮୧ ମଣ୍ଡି ଗୁଡିକରେ ଦେଖାଦେଇଥିବା ଅବ୍ୟବସ୍ଥାର ପ୍ରତିବାଦରେ ଏବଂ ଚାଷୀ ମାନଙ୍କୁ ଋଣ ଛାଡ୍ ଦାବିରେ ଆସନ୍ତା ୮ ତାରିଖରେ ବିଜେପି ପକ୍ଷରୁ ସଚିବାଳୟ ଘେରାଉ କରାଯିବ । ଏହା ସହ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର ୩୦ଟି ଜିଲ୍ଲାରେ ଚାଷୀ ମାନଙ୍କର ମୁଖ୍ୟ ଅମଳ ଧାନ ଓ ଏଥିରୁ ରୋଜଗାର ହିଁ ବର୍ଷ ଯାକର କୃଷକ ପରିବାରର ମୂଳ ସମ୍ବଳ । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ଚାଷୀ ସରକାର ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ନିଜ ହକ୍ ପାଇବାର ବଂଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ଚାଷୀମାନଙ୍କୁ ଏକାଠି କରି ରାଜ୍ୟରେ ଥିବା ମସସ୍ତ ମଣ୍ଡିମାନଙ୍କରେ ଚାଷୀମାନେ ନିଜ ଅଧିକାର ପାଇଁ ରାଜ୍ୟସରକାରଙ୍କୁ ଜବାବ ମାଗିବା ପାଇଁ ମଙ୍ଗଳବାର ଠାରୁ ଜାନୁୟାରୀ ୭ ପର୍ଯ୍ୟନ୍ତ ବିଜେପି କୃଷକମୋର୍ଚ୍ଚା ମେଳି କରିବ ।

ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଯିବ । ୮ ତାରିଖ ଦିନ ଚାଷୀମାନେ ଭୁବନେଶ୍ୱରରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ନବୀନ ନିବାସ ଘେରାଉରେ ଯୋଗ ଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି ଘୋଷଣା କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି କହିଥିଲେ ଯେ ଚାଷୀ ସମସ୍ୟାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ