Connect with us

ଓଡିଶା

ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା

ସାଙ୍କେତିକ

ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା
ଭୁବନେଶ୍ୱର, ଆଜି ଶୁକ୍ରବାର ଠାରୁ କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ଗଲା । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ ଜଣ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଗଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀକ୍ଷେତ୍ର ପୁରୀରୁ “କାଳିଆ’ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ଏହି ଯୋଜନାରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁ ଚାଷୀମାନେ ପ୍ରଥମ ପର୍ଯ୍ୟାୟରେ ତାଲିକାରୁ ବାଦ ପଡ଼ିଯାଇଛନ୍ତି ସେମାନେ ସଂପୂର୍ଣ୍ଣ ତଥ୍ୟ ସହ ପୁଣି ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଆବେଦନ କରିଛନ୍ତି । ଆବେଦନ ପତ୍ର ସଂପୂର୍ଣ୍ଣ ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅନେକ ଚାଷୀ ତାଲିକାରୁ ବାଦ ପଡ଼ିଛନ୍ତି । ଏହି ଚାଷୀମାନେ ସଂପୂର୍ଣ୍ଣ ତଥ୍ୟ ସହ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା