Connect with us

ଖେଳ

ଚାରୋଟି ଏକାଡେମୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

କ୍ରୀଡ଼ାର ବିକାଶ ପାଇଁ ଚାରୋଟି ଏକାଡେମୀକୁ କଳିଙ୍ଗ ଷ୍ଟାଡିୟମଠାରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ ଫେବୃଆରୀ- ଆଜି କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ପାଇଁ ଚାରୋଟି ଏକାଡେମୀକୁ ଉଦଘାଟନ କରିଛନ୍ତି । ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଂଟନ ଏକାଡେମୀ, ଆଲୁୱାଲିଆ ଟେନଭିକ ହାଇ ପରଫରମାନ୍ସ ଭାରଉତୋଳନ ସେଂଟର, ଜେଏସଡବ୍ଲୁ ସ୍ପୋଟସ ବାଙ୍ଗାଲୋର ଏଫ.ସି ଫୁଟବଲ, କ୍ରୀଡ଼ା ପରିଚାଳନା ପାଇଁ ଜାଭିୟର ଏମ୍ପ୍ଲୟନ ଆଲୁୱାଲିଆ ସେଂଟର ।

ଆଜି ଏହି ଚାରିଟି ଏକାଡେମୀକୁ ଉଦଘାଟନ କରିଥିବାରୁ ଓଡ଼ିଶା ପାଇଁ ଆଜି ହେଉଛି ଏକ ଐତିହାସିକ ଦିବସ । ଖେଳକୁ ଆଗକୁ ନେବା ପାଇଁ ପେଶାଦାର କ୍ରୀଡ଼ାବିତ୍, କର୍ପୋରେଟ୍ ହାଉସ ଏବଂ ରାଜ୍ୟ ସରକାର ଏକାଠି ହୋଇଛନ୍ତି । ଲକ୍ଷ୍ୟ ସାଧନ ପାଇଁ ମିଳିତ ସହଯୋଗ ସହାୟକ ହେବ । ଏହା କେବଳ ଓଡ଼ିଶାର ଯେ ଲାଭ ଦାୟକ ହେବ ତାହା ନୁହେଁ ସମଗ୍ର ଦେଶ ପାଇଁ ଲାଭ ଦାୟକ ହେବ ।

ଏହାକୁ ଉଦଘାଟନ କରିବା ଦ୍ୱାରା ମୁଁ ବହୁତ ଖୁସି ଏବଂ କ୍ରୀଡାପ୍ରେମୀ ମାନଙ୍କ ପାଇଁ ଏହା ଉତ୍ସର୍ଗୀକୃତ କଲି । ଓଡ଼ିଶାକୁ ଭାରତ ବର୍ଷର କ୍ରୀଡ଼ାର ରାଜଧାନୀରେ ପରିଣତ କରିବାରେ ସମସ୍ତଙ୍କର ପ୍ରୟାସ ରହିବା ଉଚିତ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ