Connect with us

ଓଡିଶା

ଚଳିତ ବର୍ଷ ସୁଦ୍ଧା ପୂରଣ ହେବ୧୩୩୮ ଆରଆଇ , ଅତିରିକ୍ତ ଆରଆଇ ଓ ଅମିନ ପଦବୀ

ଚଳିତ ବର୍ଷ ସୁଦ୍ଧା ପୂରଣ ହେବ୧୩୩୮ ଆରଆଇ , ଅତିରିକ୍ତ ଆରଆଇ ଓ ଅମିନ ପଦବୀ

ଚଳିତ ବର୍ଷ ସୁଦ୍ଧା ପୂରଣ ହେବ୧୩୩୮ ଆରଆଇ , ଅତିରିକ୍ତ ଆରଆଇ ଓ ଅମିନ ପଦବୀ
ଭୁବନେଶ୍ୱର : – ରାଜସ୍ୱ ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକଙ୍କ ନିକଟରେ ରାଜସ୍ୱ ସେବା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପହଂଚାଇବା ଲକ୍ଷ୍ୟ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗ ଦ୍ୱାରା ବିଭିନ୍ନ ଜିଲ୍ଲାରେ ଖାଲିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନିଅ ।ଯାଇଛି । ଏହି କ୍ରମରେ ମୋଟ ୧୩୩୮ଟି ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ଅମିନ ପଦବୀ ପୂରଣ କରାଯିବ । ଏହି ପଦବୀଗୁଡ଼ିକ ୨୦୧୮ ବର୍ଷରେ ପୂରଣ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅନୁମୋଦନ ଲାଭ କରିଛି । ଉପରୋକ୍ତ ପଦବୀଗୁଡ଼ିକ ଯଥାଶୀଘ୍ର ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଦ୍ୱାରା ଚୟନ କରାଯାଇ ପୂରଣ କରାଯିବ ବୋଲି ମନ୍ତ୍ରୀ କରିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗ ଦ୍ୱାରା ୯୮୦ଟି ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ଅମିନ ପଦବୀ ପୂରଣ କରିବା ପାଇଁ ଅନୁମୋଦନ କରାଯାଇଥିଲା । ଏଥି ମଧ୍ୟରେ ୩୪୪ଟି ରାଜସ୍ୱ ନିରୀକ୍ଷକ, ୨୬୦ଟି ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଏବଂ ୩୭୬ଟି ଅମିନ ପଦବୀ ଅନ୍ତର୍ଭୁକ୍ତ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ୮୩ଟି ରାଜସ୍ୱ ନିରୀକ୍ଷକ, ୧୩୭ଟି ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଏବଂ ୧୩୮ ଅମିନ ପଦବୀ ରାଜସ୍ୱ ବିଭାଗ ଦ୍ୱାରା ପୂରଣ ନିମନ୍ତେ ଅନୁମୋଦନ ଲାଭ କରିଛି । ଏହା ଫଳରେ ରାଜସ୍ୱ ବିଭାଗ ପକ୍ଷରୁ ସମୁଦାୟ ୪୨୭ଟି ରାଜସ୍ୱ ନିରୀକ୍ଷକ, ୩୯୭ଟି ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ୫୧୪ଟି ଅମିନ ପଦବୀ ପୂରଣ କରାଯିବା ପାଇଁ ପ୍ରକ୍ରିୟା ଅ।ରମ୍ଭ ହୋଇଛି । ଏଥି ସହିତ ୪୬୨ଟି ଜୁନିୟର କ୍ଲକର ପଦବୀ ପୂରଣ କରିବା ପାଇଁ ମଧ୍ୟ ସଂପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା