Connect with us

ଆଞ୍ଚଳିକ

ଘର ସହିତ ୬ ଭାସିଗଲେ

ସାଙ୍କେତିକ ଚିତ୍ର

ଘର ସହିତ ୬ ଭାସିଗଲେ
ଗଞ୍ଜାମ,୧୧ା୧୦ : ଘୂର୍ଣ୍ଣିଝଡ଼ ତିତଲି ପ୍ରଭାବରେ ଲାଗି ରହିଥିବା ବର୍ଷା ପବନ ଫଳରେ ଗଞ୍ଜାମ ଜିଲ୍ଲା ଦେଇ ପ୍ରବାହିତ ବିଭିନ୍ନ ନଦୀର ଜଳ ପତନ ବୃଦ୍ଧି ପାଇଛି । ଅଡ଼ାଙ୍ଗି ନଦୀର ଭୀଷଣ ବନ୍ୟାଜଳ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ଭସାଇ ନେଇଛି । ସୋରଡ଼ା ବ୍ଲକ ଗାଜଲବାଡି ପଂଚାୟତ ଅନ୍ତର୍ଗତ ଭୂତପଙ୍କାଳ ଗ୍ରାମରେ ଘଟିଯାଇଛି ଏମିତି ଏକ ଅଭାବନୀୟ ଘଟଣା । ଖବର ପ୍ରଚାରିତ ହେବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, ଗ୍ରାମର ବିଜୟ ମଳିକଙ୍କ ଘର ନିକଟ ଦେଇ ପ୍ରବାହିତ ଅଡ଼ାଙ୍ଗି ନଦୀର ଜଳ ପତନ ବୃଦ୍ଧି ପାଇବାରୁ ବିଜୟ ନିଜ ପତ୍ନୀ, ପୁଅ ବୋହୂ ଏବଂ ଅନ୍ୟ ଦୁଇ ପଡ଼ୋଶୀଙ୍କ ସହିତ ନିଜ ଇନ୍ଦିରା ଆବାସ ଗୃହର ଛାତ ଉପରେ ଆଶ୍ରୟ ନେଇଥିଲେ । ତେବେ ଏହି ସମୟରେ ପ୍ରବଳ ବେଗରେ ବନ୍ୟାଜଳ ମାଡି ଆସିଥିଲା । ଘର ସହିତ ସମସ୍ତ ୬ ଜଣଙ୍କୁ ଭସାଇ ନେଇଥିଲା । ମଧ୍ୟାହ୍ନ ଠାରୁ ଖୋଜାଖୋଜି ଜାରୀ ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଳମ୍ବରେ ହେଲେ ସୁଦ୍ଧା ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ଓଡ଼୍ରାଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।

ସଂନ୍ଧ୍ୟା ସୁଦ୍ଧା ନିଖୋଜଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିବା ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିଖୋଜ ମାନେ ହେଲେ ବିଜୟ ମଳିକ, ରଞ୍ଜନ ମଳିକ ଏବଂ ତାଙ୍କ ପତ୍ନୀ ମଧୁ ମଳିକ । ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ