Connect with us

ଆଞ୍ଚଳିକ

ଘଟଗାଁଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୬୦ଟି ପ୍ରକଳ୍ପ ପାଇଁ ୬ କୋଟି ୨ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ଘଟଗାଁଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୬୦ଟି ପ୍ରକଳ୍ପ ପାଇଁ ୬ କୋଟି ୨ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର:- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ସଦର ମହକୁମାଠାରେ ଚଳିତ ବୁଧବାର ଦିନ ଆମ ଗାଁ ଆମ ବିକ।ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଘଟଗାଁ ବ୍ଲକ୍ର ୨୬ଟି ପଂଚାୟତର ୧୬୦ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬କୋଟି ୨ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଘଟଗାଁ ବ୍ଲକ୍ ଅଚଂଳରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା ।

ଘଟଗାଁ ମିନି ଷ୍ଟାଡିୟମ୍ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଥିଲା । ରାଜ୍ୟ ସଚିବାଳୟର କନ୍ଫରେନସ୍ ହଲ୍ଠାରୁ ଘଟଗାଁ ମିନି ଷ୍ଟାଡିୟମ୍ ସହିତ ଭିଡିଓ କନ୍ଫରେନ୍ସିଂ ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଥମେ ଜନସାଧାରଣଙ୍କୁ କୁଶଳ ଜିଜ୍ଞାସା କରି ସ୍ୱାଗତ ଜଣାଇଥିଲେ । ବିଗତ ଦିନରେ ଘଟଗାଁ ବ୍ଲକ୍ରେ ସରକାରଙ୍କ ଉଲ୍ଲେଖନୀୟ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯିବା ପରେ ମୁଖ୍ୟମନ୍ତ୍ରୀ ବ୍ଲକ୍ର ୨୬ଟି ପଂଚାୟତର ୧୬୦ଟି ପ୍ରକଳ୍ପ ପାଇଁ ୬କୋଟି ୨ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଏହା ଲୋକମାନଙ୍କର ଟଙ୍କା ଏବଂ ରାଜ୍ୟବାସୀଙ୍କ ଟଙ୍କା ବୋଲି କହିବା ସହିତ ଭଲ ଭାବରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଘଟଗାଁ ବ୍ଲକ୍ର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ବହୁତ୍ ଖୁସି ବୋଲି କହିଥିଲେ । ଘଟଗାଁ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୌପଦୀ ଦଣ୍ଡପାଟ ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଲୋକସଭା ସଦସ୍ୟା ଶ୍ରୀମତୀ ଶକୁନ୍ତଳା ଲାଗୁରୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରାମରାଇ ମୁନ୍ଦୁୟା, ଜିଲ୍ଲାପାଳ ଆଶିଷ ଠାକରେ, ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତି, ଏବିଡିଓ ବିଚିତ୍ର କର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଜୀବ ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣପ୍ରଭା ମିଶ୍ରଙ୍କ ସମେତ ଘଟଗାଁ ବ୍ଲକ୍ର ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ତଥା ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ ।

ଘଟଗାଁ ଏସ୍ଡିପିଓ ସିଲଭରିୟସ୍ ଟୋପଙ୍କ ନେତୃତ୍ୱରେ ଆରକ୍ଷୀ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ଅପ୍ରେଲ ମାସରେ ଘଟଗାଁ ବ୍ଲକ୍ର ଗଦାଧରପୁର ଗ୍ରାମ ପଚାଂୟତ ପାଇଁ ସ୍ୱତନ୍ତ୍ର ଭାବେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ