Connect with us

ଓଡିଶା

ଗୋପନ ଚିଠି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶାରେ ଲଢିବାର ଗୁମରକୁ ପଦାରେ ପକାଇ ଦେଇଛି :ବିଜେପି

ସାଙ୍କେତିକ

ଗୋପନ ଚିଠି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶାରେ ଲଢିବାର ଗୁମରକୁ ପଦାରେ ପକାଇ ଦେଇଛି :ବିଜେପି
ଭୁବନେଶ୍ୱର,୧୮ ମାର୍ଚ୍ଚ – ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ଗୋପନ ଚିଠି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶାରେ ଲଢିବାର ଗୁମରକୁ ପଦାରେ ପକାଇ ଦେଇଛି ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀ ତ୍ରିପାଠୀ ରାଜ୍ୟ ଗୁଇନ୍ଦା ବିଭାଗର ମାର୍ଚ୍ଚ ୧୫ ତାରିଖର ଏକ ଚିଠିକୁ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପିତ କରିଛନ୍ତି । ରାଜ୍ୟ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକଙ୍କ ଦସ୍ତଖତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ହିଂଜିଳିରୁ ନିର୍ବାଚନ ଲଢିଲେ ହାରିଯିବା ସମ୍ଭାବନା ଥିବା ଦର୍ଶାଇବା ସହ କେଉଁଠାରୁ ନିର୍ବାଚନ ଲଢିଲେ ମୁଖ୍ୟମନ୍ତ୍ରୀଙ୍କୁ ସୁବିଧା ହେବ ଏହି ପତ୍ରରେ ଉଲ୍ଲେଖ କରାଯାଇଛି । ସରକାରଙ୍କ କୁଶାସନ କାରଣରୁ ଜନସାଧାରଣଙ୍କୁ ବହୁବିଧ ଅସୁବିଧା ତଥା ଭିତିଭୂମି ଅଭାବ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଥିବା ଏହି ପତ୍ରରେ ଦର୍ଶାଯାଇଛି । କାଳିଆ ଟଙ୍କାରେ ଅବ୍ୟବସ୍ଥା ଜନ ଅସନ୍ତୋଷର କାରଣ ହୋଇଛି । ବାତ୍ୟା ପରେ ସହାୟତା ଟଙ୍କା କେବଳ ବିଜେଡି ନେତାଙ୍କ ନିକଟତର ପରିବାରରେ ପହଁଚିବା ନେଇ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଥିବା ଗୁଇନ୍ଦା ବିଭାଗ ତାର ରିପୋର୍ଟରେ କହିଛି ।
ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ନ ଲଢି ଆଉ ୪ ଟି ବିକଳ୍ପ ନିର୍ବାଚନ ମଣ୍ଡଳୀର ପ୍ରସ୍ତାବ ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ ଥିବା ନେଇ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୁଇନ୍ଦା ବିଭାଗର ପ୍ରସ୍ତାବ ଅନୁସାରେ ରାଉରକେଲା, ବିଜେପୁର,ବଲାଙ୍ଗୀର ଅଥବା ଟିଟିଲାଗଡ ନିର୍ବାଚନ ମଣ୍ଡଳିରୁ ନିର୍ବଚନ ଲଢିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ପ୍ରେମର ମୁଖା ଖୋଲିଯାଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା