Connect with us

ଆମ ଖବର

ଗୋଇଠି ….ଫାଟିବା ସମସ୍ୟା

ସାଙ୍କେତିକ

ଗୋଇଠି ….ଫାଟିବା ସମସ୍ୟା
ଶୁଷ୍କ ତ୍ୱଚା ସାଙ୍ଗକୁ ଗୋଇଠି ଫାଟିବା ସମସ୍ୟା ଶୀତଦିନେ ସାଧାରଣ । ଏମିତିରେ ଫଟା ଗୋଇଠି ପାଇଁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । ଯଦି ଏ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ କିଛି ଘରୋଇ ଉପଚାର ଆପଣାଇପାରିବେ ।
ଜଡ଼ାତେଲ : ଜଡ଼ାତେଲ ଏକ ପ୍ରାକୃତିକ ମଇଶ୍ଚରାଇଜର୍ । ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦରେ ମସାଜ୍ କରନ୍ତୁ । ପାଦର ତ୍ୱଚା କୋମଳ ତଥା ମୁଲାୟମ୍ ହୋଇଯିବ । ଗ୍ଲିସରିନ୍ : ୨ ଚାମଚ ଗ୍ଲିସରିନ୍, ଗୋଲାପଜଳ ଏବଂ ୧/୨ ଚାମଚ ଲେମ୍ବୁ ରସ ମିଶାଇ ପାଦରେ ଲଗାଇ ଭଲଭାବେ ମସାଜ୍ କରନ୍ତୁ । ଏହାଦ୍ୱାରା ପାଦରୁ ଦୁର୍ଗନ୍ଧ ଦୂର ହେବା ସହ ଫଟା ସମସ୍ୟା ଭଲ ହୋଇଯିବ ।

ଭିଟାମିନ୍ ଇ : ଭିଟାମିନ୍ ଇ କ୍ୟାପସୁଲ୍ରୁ ତେଲ ନିଗାଡ଼ି ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ପାଦରେ ମାଲିସ୍ କରନ୍ତୁ । ଏଭଳି ଭାବେ କିଛିଦିନ କଲେ ପାଦ ଫାଟିବା ସମସ୍ୟା ଭଲ ହୋଇଯିବ ।
ମହୁ : ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁୂଣରେ ଭରପୂର୍ ମହୁକୁ ୧ ବାଲ୍ଟି ଗରମ ପାଣିରେ ମିଶାଇ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ପାଦକୁ ବୁଡ଼ାଇ ରଖନ୍ତୁ । ଏହାପରେ କ୍ରୀମ୍ ଲଗାଇ ମସାଜ୍ କରନ୍ତୁ । ଦେଖିବେ ଗୋଇଠି ଫାଟିବା ତ ଭଲ ହୋଇଯିବ; ତା’ସହ ପାଦ କୋମଳତା ଫେରିଆସିବ ।
ଲେମ୍ବୁରସ ଓ ଭାସେଲିନ୍ : ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ପାଦକୁ ଗରମ ପାଣିରେ ଭିଜାଇ ଭଲ ଭାବେ ଶୁଖାଇ ଦିଅନ୍ତୁ । ଏହାପରେ ଭାସେଲିନ୍ରେ ଲେମ୍ବୁ ରସ ମିଶାଇ ପାଦକୁ ହାଲ୍କା ମସାଜ୍ କରନ୍ତୁ । ଦେଖିବେ ୨ ଦିନ ମଧ୍ୟରେ ଆପଣଙ୍କୁ ପାଦ ଫାଟିବା ଯନ୍ତ୍ରଣାରୁ ଉପଶମ ମିଳିବ ।
ଦେଶୀ ଘିଅ : ରାତିରେ ଶୋଇବା ପୂର୍ବରୁ ପାଦକୁ ଭଲ ଭାବେ ପରିଷ୍କାର କରନ୍ତୁ । ପରେ ଦେଶୀ ଘିଅକୁ ଫାଟିଥିବା ସ୍ଥାନରେ ନେଇ ଭରନ୍ତୁ । ଏହାପରେ ମୋଜା ପିନ୍ଧି ଶୋଇପଡ଼ନ୍ତୁ । ଏଭଳି ଭାବେ ୩-୪ ଦିନ କଲେ ଗୋଇଠି ଫାଟିବା ଭଲ ହୋଇଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର