Connect with us

ଦେଶ

ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକ

ସାଙ୍କେତିକ

ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକ
ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ୬୩ ବର୍ଷ ବୟସରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ପାରିକରଙ୍କ ମୃତ୍ୟୁ ପୂର୍ବରୁ ସିଏମଓ କାର୍ଯ୍ୟାଳୟ ପକ୍ଷରୁ ଦେହ ଅସୁସ୍ଥ ଥିବା ନେଇ ଟୁଇଟ୍‌ କରାଯାଇଥିଲା । ଡାକ୍ତରଙ୍କ ପ୍ରବଳ ଉଦ୍ୟମ ପରେ ମଧ୍ୟ ପାରିକର ଆରପାରିକୁ ଚାଲି ଯାଇଛନ୍ତି । ପାରିକର ବହୁ ଦିନରୁ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । କେନ୍ଦ୍ର କ୍ୟାବିନେଟ ସୋମବାର ପୂର୍ବାହ୍ନ ୧୧ଟାରେ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ,କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ