Connect with us

ଓଡିଶା

ଗୃହରେ ୩୩% ଆସନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ

ସାଙ୍କେତିକ ଚିତ୍ର

ଗୃହରେ ୩୩% ଆସନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ
ଭୁୁବନେଶ୍ୱର,୨୦ା୧୧ : ବିଧାନସଭା ଏବଂ ପାର୍ଲାମେଂଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବାପାଇଁ ସଂସଦକୁ ସୁପାରିଶ କରିବାପାଇଁ ବିଧାନସଭାରେ ଏକ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଗତ କରିଥିଲେ । ସର୍ବ ସମ୍ମତି କ୍ରମେ ଉକ୍ତ ସଂକଳ୍ପ ଗୃହୀତ ହୋଇଯାଇଛି ।

ଏହା ଉପରେ ହୋଇଥିବା ଆଲୋଚନାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ । ସଂକଳ୍ପ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସଭ୍ୟ ତାରା ବାହିନୀପତି କହିଥିଲେ ଯେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସଂକଳ୍ପ ଅଣାଯାଇଛି । ରାଜ୍ୟରେ ନାରୀ ନିର୍ଯାତନା , ନାବାଳିକା ଦୁଷ୍କର୍ମ , ଯୌତୁକ ନିର୍ଯାତନା ବଢି ବଢି ଚାଲିଛି । ମାକୁ ସମ୍ମାନ , ଗାଁକୁ କାମ ଦେବାକୁ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ସ୍ଲୋଗାନ ସଫଳ ହୋଇନାହିଁ ।

ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପ ଅନୁଯାୟୀ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଉଭୟ ବିଧାନସଭା ଓ ପାର୍ଲାମେଂଟରେ କରିବାପାଇଁ କେନ୍ଦ୍ର ସରକାର ଯଦି ଅନୁମତି ନଦେବେ ଓଡିଶାରେ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ଲୋକଙ୍କୁ ଦେଖାଇବାପାଇଁ ଏହି ସଂକଳ୍ପ ଅଣାଯାଇ ନାହିଁ ତ ବୋଲି ସେ ପ୍ରଶ୍ନ କରିଥିଲେ । ଶାସକ ଦଳ ପକ୍ଷରୁ ଆଲୋଚନା କରି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ ଯେ ଏହା ଏକ ଐତିହାସିକ ସଂକଳ୍ପ ।

ଓଡିଶାର ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ଅଛନ୍ତି । ସେମାନଙ୍କୁ ସାମାଜିକ , ଅର୍ଥନୈତିକ ଓ ରାଜନୈତିକ ଅଧିକାର ଦେବା ସହିତ ସଶକ୍ତ କରାଯିବା ସଂକଳ୍ପର ମୂଳ ଉଦ୍ଦେଶ୍ୟ । ସ୍ୱର୍ଗତ ବିଜୁ ପଟ୍ଟନାୟକ ମହିଳାଙ୍କ ପାଇଁ ପୌର ସଂସ୍ଥା ଓ ପଂଚାୟତ ବ୍ୟବସ୍ଥାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା