Connect with us

ଓଡିଶା

ଗଲେ ସଗରିଆ, ଆସିଲେ ତିର୍କି

ସାଙ୍କେତିକ ଚିତ୍ର

ଗଲେ ସଗରିଆ, ଆସିଲେ ତିର୍କି
ଭୁବନେଶ୍ୱର,୧୬ା୧୧ : ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମଦିନ ଆରମ୍ଭରୁ ଚାଷୀ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଯଦ୍ୱାରା ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ପ୍ରଦୀପ ଅମାତ । ତେବେ ଚଳିତ ଶୀତ ଅଧିବେଶନରେ ଆସନ ବଦଳ ହୋଇଛି । କୋରାପୁଟ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଆସିଛନ୍ତି ସୁନ୍ଦରଗଡ଼ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କି ।

ଗତ ୬ ତାରିଖରେ କଂଗ୍ରେସର କୋରାପୁଟ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେଇଥିଲେ । ସେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ତେବେ ଆଜି ବାଚସ୍ପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଫଳରେ ବିଧାନସଭାର ଆଉ ସଦସ୍ୟ ହୋଇନାହାନ୍ତି ସଗରିଆ । ତାଙ୍କ ସ୍ଥାନରେ କଂଗ୍ରେସ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କିଙ୍କୁ ସ୍ଥାନାନ୍ତର କରିଛି । ଜର୍ଜଙ୍କ ଆବେଦନକୁ ବାଚସ୍ପତି ଗ୍ରହଣ କରିଛନ୍ତି । ଫଳରେ ସେ ଆଜିଠାରୁ ସଗରିଆଙ୍କ ଆସନରେ ବସିଛନ୍ତି ।

କୃଷ୍ଣଚନ୍ଦ୍ରଙ୍କ ଇସ୍ତଫା ଫଳରେ କଂଗ୍ରେସ ଆସନରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ କୋରାପୁଟ ବିଧାନସଭା ଆସନ ଖାଲି ରହିଛି । ବର୍ତ୍ତମାନ କଂଗ୍ରେସର ଆସନ ସଂଖ୍ୟା ୧୬ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା