Connect with us

ଆଞ୍ଚଳିକ

ଗଞ୍ଜାମ, ଗଜପତି ଓ ରାୟଗଡାରେ ସ୍ଥିତି ସ୍ୱାଭାବିକ

ସାଙ୍କେତିକ ଚିତ୍ର

ଗଞ୍ଜାମ, ଗଜପତି ଓ ରାୟଗଡାରେ ସ୍ଥିତି ସ୍ୱାଭାବିକ
ଭୁବନେଶ୍ୱର, : ବାତ୍ୟା ଓ ପରବର୍ତୀ ବନ୍ୟା ପ୍ରଭାବିତ ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ତଦାରଖ କରିବାପାଇଁ ବିଭାଗୀୟ ମୁଖ୍ୟମାନଙ୍କୁ ପଠାଇବାକୁ ନିଷ୍ପତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି । ଗଂଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି ।

ଗତ ୨୪ ଘଂଟା ମଧ୍ୟରେ ବର୍ଷା ହୋଇ ନଥିବାରୁ ଗଂଜାମ, ଗଜପତି, ରାୟଗଡାରେ ବନ୍ୟା ସ୍ଥିତି ସ୍ୱାଭାବିକ ରହିଛି । ଫସଲ କ୍ଷୟକ୍ଷତି ସମ୍ପର୍କରେ ଆକଳନ ଆରମ୍ଭ ହୋଇଛି । ଆକଳନ ପରେ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ । ଧାନ , କପା ଓ କାନ୍ଦୁଲ ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୫ ଦିନର ରିଲିଫ ଟଙ୍କା କ୍ଷତିଗ୍ରସ୍ତ ଲୋକ୍ଙ୍କ ଆକାଉଂଟକୁ ପଠାଯିବ । ସଂଧ୍ୟା ସୁଦ୍ଧା ରିଲିଫ୍ କ୍ୟାମ୍ପ୍ ଗୁଡିକୁ ବନ୍ଦ କରାଯିବ । ଗଜପତି ଜିଲ୍ଲାକୁ ଅଧିକ ସଂଧ୍ୟାରେ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ପଠାଯାଇଛି । ବାଲେଶ୍ୱର ଜିଲ୍ଲାରେ ନଦୀ ଗୁଡିକର ଜଳ ପତନ ହ୍ରାସ ପାଇବା ଆରମ୍ଭ କରିଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ