Connect with us

ଆଞ୍ଚଳିକ

ଗଜପତିରେ ୨ ମାସର ଅଗ୍ରୀମ ରାସନ ଦିଆଯିବ

ସାଙ୍କେତିକ ଚିତ୍ର

ଗଜପତିରେ ୨ ମାସର ଅଗ୍ରୀମ ରାସନ ଦିଆଯିବ
ଗଜପତି,୧୫ା୧୦ : ଗଜପତିରେ ବାତ୍ୟା ଓ ବନ୍ୟା ପ୍ରଭାବିତ ରାସନ କାର୍ଡଧାରୀଙ୍କୁ ଦୁଇ ମାସର ରାସନ ଅଗ୍ରୀମ ଆକାରରେ ପ୍ରଦାନ କରାଯିବ । ୧ ହଜାର ଟଙ୍କା ନଗଦ ରାଶି ସହ ୫୦ କିଲୋ ଚାଉଳ ଓ ଅଢ଼େଇ ଲିଟର କିରାସିନ ପ୍ରତି ପରିବାରଙ୍କୁ ଯୋଗାଇ ଦିଆଯିବ । ସହରର ପ୍ରତି ପଞ୍ଚାୟତ, ପୌର ପରିଷଦ ଓ ମ୍ୟୁନିସିପାଲିଟି ସ୍ତରରେ ଏହି ବଣ୍ଟନ ବ୍ୟବସ୍ଥା କରାଯିବ । ଏହାର ଭିଡିଓଗ୍ରାଫୀ କରାଯିବାକୁ ଥିବା ବେଳେ ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପାରଳାଖେମୁଣ୍ଡିରେ ତିତ୍ଲି କ୍ଷୟକ୍ଷତି ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

ଶ୍ରୀ ପାଢ଼ି କହିଛନ୍ତି ଯେ, ଆସନ୍ତାକାଲି ସୁଦ୍ଧା ଗଜପତିର ସବୁ ବ୍ଲକ ମୁଖ୍ୟାଳୟ ଏବଂ ଆସନ୍ତା ୨୦ ତାରିଖ ମଧ୍ୟରେ ସବୁଠିକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ । ବନ୍ୟା ପ୍ରଭାବିତଙ୍କ ପାଇଁ ମଙ୍ଗଳବାର ୧୧ ଟ୍ରକ ପଲିଥିନ ଆସିଥିବା ବେଳେ ବୁଧବାର ସଂଧ୍ୟାରେ ୫୦ ଟ୍ରକ ପଲିଥିନ ଆସିବ । ସେଠାରେ ସେଫଇ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏପର୍ଯ୍ୟନ୍ତ ଏହି ଜିଲ୍ଲାରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ଯାଞ୍ଚ ଚାଲିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରତି ମୃତକଙ୍କ ପରିବାରକୁ ନିୟମାନୁସାରେ ୪ଲକ୍ଷ ଟଙ୍କା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ