Connect with us

ମନୋରଞ୍ଜନ

ଖୋଲିଲା ସାରାଙ୍କ ରାଜ୍

ସାଙ୍କେତିକ

ଖୋଲିଲା ସାରାଙ୍କ ରାଜ୍
ଫିଲ୍ମ ‘ସିମ୍ବା’ ଏବେ ରିଲିଜ୍ ହୋଇ ସାରିଥିବା ବେଳେ ପୂରା ଦେଶରେ ଏହା ଏବେ ଧମାଲ କରିବା ଆରମ୍ଭ କରିଛି । ଏହି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନେତା ରଣବୀର ସିଂହଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଛି । ଫିଲ୍ମ ପୂର୍ବରୁ ପୂରା ଷ୍ଟାରକାଷ୍ଟ ଫିଲ୍ମକୁ ନେଇ ଅନେକ ପ୍ରମୋସନ କରିଥିବା ବେଳେ କପିଲ ଶର୍ମାଙ୍କ ନୂଆ କମେଡି ସୋ’ରେ ମଧ୍ୟ ପହଞ୍ଚିଥିଲେ ଅଭିନେତା ରଣବୀର ସିଂହ, ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବଂ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ । ଏଠାରେ ରୋହିତ୍ ସାରାଙ୍କୁ ନେଇ ଏକ ରାଜର ଖୁଲାସା କରିଛନ୍ତି, ଯାହା ଏବେ ଚର୍ଚ୍ଚା ପାଲଟିଛି ।

ରୋହିତ୍ ସେଟ୍ଟୀ କହିଛନ୍ତି, ଫିଲ୍ମରେ କାହାକୁ ନେବି ବୋଲି ଭାବିନଥିବା ବେଳେ ସାରା ମୋତେ ଆରମ୍ଭରୁ ତାଙ୍କୁ ନେବା ପାଇଁ ଅନୁରୋଧ କରି ଆସୁଥିଲେ । ଅନେକ ଥର ମେସେଜ୍ ପଠାଇ ସେ ମୋତେ ଅନୁରୋଧ କରିଥିଲେ । କିନ୍ତୁ ମୁଁ ତାଙ୍କ ମେସେଜରେ କୌଣସି ପ୍ରତିକ୍ରିୟା ରଖିନଥିଲି । ଯାହା ପରେ ସେ ମୋ ଅଫିସକୁ ଆସି ମୋତେ ବାରମ୍ବାର ଅନୁରୋଧ କରିବାକୁ ଲାଗିଲେ । ପରେ ସାରାଙ୍କ ସହ କଥା ହେବା ପରେ ‘ସିମ୍ବା’ ପାଇଁ ସେ ହିଁ ଠିକ୍ ବୋଲି ମୁଁ ଭାବିଥିଲି । ଯାହା ପରେ ତାଙ୍କୁ ଫିଲ୍ମରେ ସୁଯୋଗ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ