Connect with us

ଓଡିଶା

ଖରିଫ ଧାନ ସଂଗ୍ରହ ୨୫% ବୃଦ୍ଧି

ସାଙ୍କେତିକ

ଖରିଫ ଧାନ ସଂଗ୍ରହ ୨୫% ବୃଦ୍ଧି
ଭୁବନେଶ୍ୱର,୧୮ା୧ : ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ବିଗତ ବର୍ଷ ଅପେକ୍ଷା ୨୫ ପ୍ରତିଶତ ଅଧିକ ଆଦାୟ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଗତ ଖରିଫ ଋତୁରେ ୨୨ ଲକ୍ଷ ୨୨ ହଜାର ୩୪୦.୮୩ ମେଟ୍ରିକଟନ ଧାନ ସଂଗ୍ରହ ହୋଇଥିଲା ବେଳେ ଚଳିତ ବର୍ଷ ୨୭ ଲକ୍ଷ ୭୩ ହଜାର ୯୯୧.୧୬ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ବରଗଡ ଜିଲ୍ଲାରୁ ସବାଧିକ ୫୮୧୧୭୩.୧ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରୁ ସର୍ବନିମ୍ନ ୪୦୨୬.୫୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ୧୮.୦୧.୨୦୧୯ ସୁଦ୍ଧା ରାଜ୍ୟ ସମବାୟ ସମିତି ୨୭,୫୯୨୭୦ ମେଟ୍ରିକ୍ ଟନ୍ ଓ ମାର୍କଫେଡ୍ ୧୪,୭୨୦.୯ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଛନ୍ତି । ଧାନ ବାବଦରେ ମୋଟ୍ ୪,୮୫୪.୪୨ କୋଟି ଟଙ୍କା ଦିଆଯିବାକୁ ଥିବା ବେଳେ ୩,୯୭୭.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ସମୁଦାୟ ୩୩୪ଟି ବ୍ଳକ୍ ଏବଂ ପୌରାଂଚଳରେ ଥିବା ୨୫୩୩ ଟି ପ୍ୟାକ୍ସ ଓ ୩୧୦୨ ପିପିସି ମାଧ୍ୟମରେ ଧାନ ସଂଗ୍ରହ ହୋଇଛି । ୧ କୋଟି ୨୦ ଲକ୍ଷ୮ ହଚାର ୮୩ ଜଣ ଚାଷୀ ପଂଜୀକୃତ ହୋଇଥିବା ବେଳେ ୪,୭୮,୧୮୯ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଛି । ୮୩ ଲକ୍ଷ ୬ ହଜାର ୯୮୧.୮ ମେଟ୍ରିକ୍ ଟନ୍ ଧାନ ବଳକା ରହିଛି । ୧୨୪୪ ମିଲର ୨୭, ୫୩,୦୪୯ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିବା ବେଳେ ମଣ୍ଡିରେ ବଳକା ୨୦୯୪୨.୪ ମେଟ୍ରିକ୍ ଟନ୍ ଧାନ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା