Connect with us

ବାଣିଜ୍ୟ

ଖରିଫ ଧାନ ବିକ୍ରି ପାଇଁ ୧୨ଲକ୍ଷ ୬୦ ହଜାର ଚାଷୀ ପଞ୍ଜୀକୃତ

ସାଙ୍କେତିକ

ଖରିଫ ଧାନ ବିକ୍ରି ପାଇଁ ୧୨ଲକ୍ଷ ୬୦ ହଜାର ଚାଷୀ ପଞ୍ଜୀକୃତ
ଭୁବନେଶ୍ୱର,୧୧ା୧ : ଚଳିତ ଖରିଫ ଋତୁରେ ସରକାରଙ୍କୁ ଧାନ ବିକ୍ରୟ ନିମନ୍ତେ ୧୨ଲକ୍ଷ ୬୦ ହଜାର ଚାଷୀ, ପ୍ୟାକ୍ସ ଏବଂ ଲ୍ୟାମ୍ପସରେ ପଞ୍ଜିକରଣ କରିଛନ୍ତି । ଗତ ଖରିଫ ଋତୁରେ ୧୧ଲକ୍ଷ ୨୦ ହଜାର ଚାଷୀ ଏଥିନିମନ୍ତେ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ଚାଷୀ ପଞ୍ଜିକରଣରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି ।

ଚଳିତ ଋତୁରେ ୨ଲକ୍ଷ ୨୨ ହଜାର ନୂଆ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବାକୁ ପଞ୍ଜିକୃତ ହୋଇଛନ୍ତି । ଆହୁରି ୧ଲକ୍ଷ ୧୯ ହଜାର ଭାଗଚାଷୀ ମଧ୍ୟ ଏଥିନିମନ୍ତେ ପଞ୍ଜିକରଣ କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଚଳିତ ଖରିଫ ସଂଗ୍ରହଣ ଋତୁରେ ୨୧ ଲକ୍ଷ ୬୧ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ଏହି ତାରିଖ ସୁଦ୍ଧା ୧୮ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ମୋଟାମୋଟି ଭାବେ ଧାନ ସଂଗ୍ରହରେ ୧୮ ପ୍ରତିଶତ ଅଭିବୃଦ୍ଧି ଘଟିଛି ଖରିଫ ଚାଷରେ । ଜିଲ୍ଲାୱାରୀ ସଂଗ୍ରହଣ ସ୍ଥିତି ଏଥିସହିତ ସଂଲଗ୍ନ କରାଯାଇଛି । ଗତବର୍ଷ ୨୯୨୯ଟି ଧାନ କ୍ରୟ କେନ୍ଦ୍ର/ ମଣ୍ଡି ଖୋଲିଥିବାବେଳେ ଚଳିତ ବର୍ଷ ୩୦୧୩ଟି ମଣ୍ଡି ମାଧ୍ୟମରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯାଉଛି । ଆଜି ପର୍ଯ୍ୟନ୍ତ ସମସ୍ତ ୩୦୧୩ଟି ମଣ୍ଡି କାର୍ଯ୍ୟକ୍ଷମ ଅଛି ।

ଚଳିତ ଖରିଫ ସଂଗ୍ରହଣ ଋତୁରେ ୩ଲକ୍ଷ ୭୨ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିସାରିଛନ୍ତି ଏବଂ ୩ହଜାର ୮୯ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି । ଧାନ କ୍ରୟର ୨୪ରୁ ୭୨ ଘଂଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଖରିଫ ବିପଣନ ଋତୁରେ ଅର୍ଥାତ୍ ୨୦୧୭-୧୮ରେ ମୋଟ ୭ଲକ୍ଷ ୯୮ ହଜାର ଚାଷୀ ୪୯ ଲକ୍ଷ ୬ହଜାର ମେଟ୍ରିକ ଟନ ଧାନ(ଉଭୟ ଖରିଫ ଓ ରବି ଋତୁରେ) ବିକ୍ରି କରିଥିଲେ ଓ ୭ ହଜାର ୬୦୦ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଥିଲା ।

ଗତବର୍ଷ ମିଲ ମାଲିକମାନଙ୍କ ଠାରୁ ସମ୍ପୂର୍ଣ୍ଣ କଷ୍ଟମ ମିଡ୍ଲ ରାଇର୍ସି(ସିଏମଆର) ସଂଗ୍ରହ କରାଯାଇଥିଲା ଏବଂ କୌଣସି ମିଲମାନଙ୍କୁ ଖିଲାପକାରୀ ହେବାକୁ ଅନୁମତି ଦିଆଯାଇନଥିଲା । ଚାଷୀମାନଙ୍କ ଠାରୁ ସମସ୍ତ ବିକ୍ରିଯୋଗ୍ୟ ବଳକା ଧାନ କ୍ରୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ସଂଗ୍ରହଣ ପ୍ରଣାଳୀର ଏକ ଉତମ ଦିଗ ହେଲା, ୩୮ ପ୍ରତିଶତ ସଂଗ୍ରହଣ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଠାରୁ କରାଯାଇଛି । ବଡ଼ ଚାଷୀମାନଙ୍କ ଅବଦାନ ହେଉଛି ମାତ୍ର ୨ ପ୍ରତିଶତ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ