Connect with us

ମନୋରଞ୍ଜନ

“କୌନ୍ ବନେଗା କରୋଡପତି’ ଆରମ୍ଭ l

"କୌନ୍ ବନେଗା କରୋଡପତି' ଆରମ୍ଭ l

ଆଜିଠାରୁ “କୌନ୍ ବନେଗା କରୋଡପତି’
ମୁମ୍ବାଇ,୩ା୯ : ଜ୍ଞାନ, ଧୈର୍ଯ୍ୟ, ସହନଶୀଳତା, ସାଧାରଣରୁ ଅସାଧାରଣ ପ୍ରତିଭା ପ୍ରଦାନ କରୁଥିବା ରିଅଲିଟି ଶୋ’ ‘କୌନ୍ ବନେଗା କରୋଡପତି’ର ଦଶମ ସଂସ୍କରଣ ସୋମବାର ଠାରୁ ଆରମ୍ଭ ହୋଇଯାଇଛି ।

ଏହି ଶୋ’ର ପ୍ରସାରଣକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି । ପୂର୍ବ ସଂସ୍କରଣ ତୁଳନାରେ ଏହି ସଂସ୍କରଣରେ ନୂତନ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । କୌଣସି ଚଳଚ୍ଚିତ୍ରର ପ୍ରଚାର ପାଇଁ ଏହି ସଂସ୍କରଣରେ ସ୍ଥାନ ଦିଆଯାଇନାହିଁ । ଏହାର ପ୍ରତିବଦଳରେ ସମାଜରେ ଭଲ କାର୍ଯ୍ୟକାରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଲୋକମାନଙ୍କୁ ମଞ୍ଚରେ ନିମନ୍ତ୍ରଣ କରାଯିବ । ଏହି ଶୋ’ରେ ଆନିମେଣ୍ଟେଡ ରିଆଲଟିରେ ବ୍ୟବହାର କରାଯାଇଛି ଯାହା ପ୍ରଥମଥର ପାଇଁ ଭାରତୀୟ ରିଆଲିଟି ଶୋ’ରେ ବ୍ୟବହାର କରାଯାଉଛି । ଗ୍ରାଫିକ୍ସର ବହୁଳ ବ୍ୟବହାର ରହିଥିବାରୁ ଏହାକୁ ଦର୍ଶକ ଦେଖିବାକୁ ଖୁବ୍ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି । ଶୋ’ରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ବିଜୟଲାଭ କରିଥିବା ବ୍ୟକ୍ତିଙ୍କୁ ମହୀନ୍ଦ୍ରା କାର ଦିଆଯିବ ।

ଅନ୍ତରାଷ୍ଟ୍ରୀୟ ରିଆଲିଟି ଶୋ’ ‘ହୁ ୱାଣ୍ଟସ୍ ଟୁ ବି ଏ ମିଲିନିଆର’ରୁ ପ୍ରେରିତ ହୋଇଛି । ସବୁଥର ପରି ଏଥର ମଧ୍ୟ ବିଗ୍ ବି ଅମିତାଭ ବଚ୍ଚନ ଏହାର ଉପସ୍ଥାପକ ରହିଛନ୍ତି । ଏହି ଶୋ’ ସୋନି ଟିଭି ରାତି ୯ଟାରେ ପ୍ରସାରଣ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ