Connect with us

ଅପରାଧ

“କୋଣାର୍କ ମନ୍ଦିର ପ୍ରତି କୌଣସି ବିପଦ ନାହିଁ’

ସାଙ୍କେତିକ ଚିତ୍ର

“କୋଣାର୍କ ମନ୍ଦିର ପ୍ରତି କୌଣସି ବିପଦ ନାହିଁ’
ନୂଆଦିଲ୍ଲୀ/ଭୁବନେଶ୍ୱର,୩୦ା୧୧ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ କାମ ଆନସିଏଂଟଚ ମନୁମେଂଟ ପ୍ରିଜର୍ଭେସନ ଆକ୍ଟ ୧୯୦୪ ଅନୁଯାୟୀ ଆନ୍ତର୍ଜାତିକ ମାନକ ଅନୁସାରେ କରାଯାଉଛି । କୋଣାର୍କର ମନ୍ଦିରର ସ୍ଥିତି ଭଲ ରହିଛି ତଥା ଏହି ମନ୍ଦିରର ସଂରକ୍ଷଣ ମୋଦି ସରକାରଙ୍କ ସର୍ବାଧିକ ପ୍ରାଥମିକତାରେ ରହିଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ନୂଆଦିଲ୍ଲୀ ଠାରେ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ଭାଙ୍ଗି ଯାଇଥିବା କାରୁକାର୍ଯ୍ୟପୂର୍ଣ ପଥର ପରିବର୍ତନ ନେଇ ଏକ ବୈଠକ ଡ.ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା ।

ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଏହି ବୈଠକରେ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡିଶାର ସାଂସଦ ଓ ବିଧାୟକ, ଭାରତ ସରକାରଙ୍କ ସଂସ୍କୃତି ସଚିବ, ଏଏସଆଇର ମହାନିର୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କୋର୍ଣାକ ଏକ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ମାରକ, ଏହାର ରକ୍ଷଣବେକ୍ଷଣ, ସ୍ଥାୟୀତ୍ୱ ଓ ସୌନ୍ଦର୍ଯ୍ୟୀକରଣରେ ଉଚିତ ପଦକ୍ଷେପ ନେବା ପାଇଁ କୌଣସି ବୁଝାବଣା କରାଯିବ ନାହିଁ ଡ. ଶର୍ମା କୋଣାର୍କ ମନ୍ଦିରର ସଂରକ୍ଷଣ ପାଇଁ ମୋଦି ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ଓ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରା ଯାଇଥିବା ସୂଚନା ଦେଇଥିଲେ ।

କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ୧୯୯୭ ଓ ୨୦୧୦ରେ ହୋଇଥିବା ଆନ୍ତର୍ଜାତିକ କର୍ମଶାଳାରେ ମିଳିଥିବା ନିଷ୍କର୍ଷ ତଥା ଏ ସମ୍ପର୍କରେ ଆକ୍ସନ ଟେକେନ ରିପୋର୍ଟକୁ ଏଏସଆଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ ବୋଲି ଏହି ବୈଠକରେ ନିଷ୍ପତି ଗ୍ରହଣ କରା ଯାଇଥିଲା । ଏହି ଅବସରରେ ଶ୍ରୀ ଶର୍ମା ଆଗାମୀ ଦିନରେ ଭୁବନେଶ୍ୱର ରାଜ୍ୟ ସଚିବାଳୟରେ ଓଡିଶା ସରକାରଙ୍କ ପ୍ରତିନିଧି ଓ ଏଏସଆଇର ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରା ଯାଇ ପାରିବ ବୋଲି ଡ. ଶର୍ମା କହିଛନ୍ତି ।

ଏହି ବୈଠକରେ ଡ ମହେଶ ଶର୍ମା ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ପଡି ରହିଥିବା ଜମି ପ୍ରଦାନ କରିବା ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସାମନାରେ ଉଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପୂର୍ବରୁ ଶ୍ରୀ ଶର୍ମା ଓ ଶ୍ରୀ ପ୍ରଧାନ ପତ୍ର ଲେଖି ସାରିଛନ୍ତି । ଏହି ଜମି ପ୍ରଦାନ ପ୍ରସଙ୍ଗକୁ ଶୀଘ୍ର କରିବାକୁ ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ