Connect with us

ଦେଶ

କେନ୍ଦ୍ର ସରକାରଙ୍କ ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ଟିଭି ଦର୍ଶକଙ୍କ କ୍ରୋଧ ବଢ଼ିଲା …

ସାଙ୍କେତିକ

ନୂଆଦିଲ୍ଲୀ :- 23/2 କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଟ୍ରାଇର ମନୋମୁଖୀ ନିର୍ଦେଶ ଓ ନିୟମ ଯୋଗୁ ଦର୍ଶକମାନଙ୍କ କ୍ରୋଧ ଚରମ ସୀମାରେ ପହଂଚିଲାଣି l ପୂର୍ବରୁ ୨00 ଟଙ୍କା ଦେୟ ଥିବା ବେଳେ ଏହା 500 ଟଙ୍କାରେ ପହଂଚିଲାଣି l ଏଥିରେ ବ୍ରଡକାଷ୍ଟରମାନେ ନିଅଁରେ ଘିଅ ଢ଼ାଳିବା ସଦୃଶ୍ୟ କାମକରୁଥିବାରୁ କେବୁଲ ଅପରେଟର ମାନେ ଭୟଭୀତନ ଓ ଶଂକାଗ୍ରସ୍ତ ଅବସ୍ଥାରେ ଅଛନ୍ତି l କେତେବେଳେ କୋଉ ଚାନେଲ ଟିଭି ପରଦାରୁ ଗାୟବ ହୋଇଗଲାଣିତ ,କୋଉ ଚାନେଲ ଦେଖୁଥିବା ଅବସ୍ଥାରେ ବନ୍ଦ ହୋଇଯାଉଛି l ଗୁଡ଼ାଏ ସେଟଅପ ଵାକକ୍ସ ମନକୁ ମନ ବନ୍ଦ ହୋଇଯାଉଛି l କିନ୍ତୁ ଅର୍ଥ କଟିଯାଉଛି l ଏହାଦ୍ୱାରା ଟିଭି ଦର୍ଶକ ମାନେ ଆଗାମୀ ନିର୍ବାଚନରେ କେନ୍ଦ୍ର ସରକାରକୁ ପାନେ ଦେବାପାଇଁ କଥାବାର୍ତା ଆରମ୍ଭ କଲେଣି l ଜୋର ଜବରଦସ୍ତି ନିୟମକୁ ଲୋକଙ୍କ ଉପରେ ଲଦିଦେବା ଓ ନିୟମ ବହିର୍ଭୁତ କର୍ମ ଯୋଗୁଁ ଦର୍ଶକ ମାନେ କେବୁଲ ଟିଭି ଯୋଗାଇଦେଉଥିବା ଲୋକମାନଙ୍କୁ ଦୂର୍ବେବହାର କରିବା ଆରମ୍ଭ କଲେଣି l ଲୋକମାନେ ଏହାକୁ କେନ୍ଦ୍ର ସରକାରଙ୍କର ରାଜନୈତିକ ଷଡ଼ଯନ୍ତ୍ରର ଏକ ନମୁନା ବୋଲି ଚର୍ଚା କରୁଛନ୍ତି l ଆଗାମୀ ଦିନରେ ଯଦି ପରିସ୍ଥିତି ନ ସୁଧୁରେ ତେବେ ସରକାର ଆପଦସ୍ଥ ହେବା ସହିତ ଲୋକମାନଙ୍କ କ୍ରୋଧର ଶିକାର ହେବେ l ସରକାର ଲୋକମାନଙ୍କ ହିତାକୁ ରଖି ନିୟମ ତିଆରି କରିବା ବଦଳରେ ପୁଞ୍ଜିପତି ବ୍ରଡକାଷ୍ଟର ମାନଙ୍କ ସ୍ୱାର୍ଥକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦଉଥିବାରୁ ଜନ ଅଶୋନ୍ତୋଷ ବୃଦ୍ଧି ହେବାରେ ଲାଗୁଛି l କେନ୍ଦ୍ର ସରକାର ଲୋକମାନଙ୍କ ସ୍ୱାର୍ଥ କୁ ଗୁରୁତ୍ୱ ଦେବାକୁ ଜନସାଧାରଣ ଦାବିକରୁଛନ୍ତି l

Click to comment

Leave a Reply

Your email address will not be published. Required fields are marked *

More in ଦେଶ