Connect with us

ଦେଶ

କେନ୍ଦ୍ର ମନ୍ତ୍ରୀ ଲାଞ୍ଚ ନେଇଛନ୍ତି

ସାଙ୍କେତିକ ଚିତ୍ର

ସିବିଆଇ ଅଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ
କେନ୍ଦ୍ର ମନ୍ତ୍ରୀ ଲାଞ୍ଚ ନେଇଛନ୍ତି
ନୂଆଦିଲ୍ଲୀ,୧୯ା୧୧ : ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ସିବିଆଇ ଅଧିକାରୀ ମନୀଶ କୁମାର ସିହ୍ନା ସୁପ୍ରିମକୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସିବିଆଇ ସ୍କାନରରେ ଥିବା ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସାନାଙ୍କୁ ବଞ୍ଚାଇବା ପାଇଁ ଜଣେ କେନ୍ଦ୍ର ମନ୍ତ୍ରୀ କୋଟିଏରୁ ଅଧିକ ଟଙ୍କା ଲାଞ୍ଚ ନେଇଛନ୍ତି ବୋଲି ଶ୍ରୀ ସିହ୍ନା କହିଛନ୍ତି ।

ସିବିଆଇର ଦୁଇ ମୁଖ୍ୟଙ୍କ ମଧ୍ୟରେ କନ୍ଦଳ ସୃଷ୍ଟି ହେବା ପରେ ସେମାନଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇ ତାଙ୍କ ସ୍ଥାନରେ ନାଗେଶ୍ୱର ରାଓଙ୍କୁ ଅସ୍ଥାୟୀ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିଥିଲେ । ଶ୍ରୀ ରାଓ ଦାୟିତ୍ୱ ନେବା ପରେ କିଛି ଅଧିକାରୀଙ୍କୁ ବଦଳି କରିଥିଲେ । ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ମନୀଶ କୁମାର ସିହ୍ନାଙ୍କ ନାମ ଥିଲା । ଏହି ବଦଳି ଆଦେଶ ବିରୋଧରେ ଶ୍ରୀ ସିହ୍ନା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଆବେଦନର ଶୁଣାଣି ବେଳେ ଶ୍ରୀ ସିହ୍ନା କହିଥିଲେ ଯେ, ତାଙ୍କ ପାଖରେ କିଛି ଏଭଳି କାଗଜପତ୍ର ଓ ପ୍ରମାଣ ରହିଛି ଯାହା ସମସ୍ତଙ୍କୁ ଚମକାଇଦେବ । ରାକେଶ ଆସ୍ଥାନାଙ୍କ ବିରୋଧରେ ଆରମ୍ଭ ହୋଇଥିବା ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ତାଙ୍କୁ ବଦଳି କରାଯାଇଛି ।

ଏହିସବୁ କାରଣ ଦର୍ଶାଇ ତାଙ୍କ ବଦଳି ଆଦେଶର ଶୀଘ୍ର ଶୁଣାଣି ପାଇଁ ଶ୍ରୀ ସିହ୍ନା କରିଥିବା ଆବେଦନକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଖାରଜ କରିଛନ୍ତି । ସତୀଶ ସାନା ମାମଲା ସହିତ ନିରବ ମୋଦି ଓ ମେହୁଲ ଚୋକ୍ସି ମାମଲା ମଧ୍ୟ ତଦନ୍ତ ଭାର ଶ୍ରୀ ସିହ୍ନାଙ୍କ ଉପରେ ଅର୍ପଣ ଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ