Connect with us

ଓଡିଶା

କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବୈଜୟନ୍ତ ପଣ୍ଡା : ବିଜେଡି

ସାଙ୍କେତିକ

କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବୈଜୟନ୍ତ ପଣ୍ଡା : ବିଜେଡି
ଭୁବନେଶ୍ୱର,୧୨ ଏପ୍ରିଲ – କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗତ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ନିଜର ପଦବୀ ଓ ରୋଜଗାର ଲୁଚାଇଥିଲେ । ମାତ୍ର ଚଳିତ ନିର୍ବାଚନ ସତ୍ୟପାଠରେ ସେ ଇମ୍ଫାର ଉପସଭାପତି ପଦରେ ଥାଇ ବର୍ଷକୁ ୨ କୋଟି ରୋଜଗାର କରୁଥିବା ଦର୍ଶାଇଛନ୍ତି । ଗତଥର କେନ୍ଦ୍ରାପଡ଼ାବାସୀଙ୍କୁ ଏହି ତଥ୍ୟ ଲୁଚାଇ ସେ ଯେ ଠକିଥିଲେ ତାହା ବୈଜୟନ୍ତ ନିଜେ ଜଣାଇଛନ୍ତି ବୋଲି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ୨୦୧୪ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ପଣ୍ଡା ନିଜକୁ କେବଳ ଜଣେ ସିଟିଂ ଏମ୍ପି ବୋଲି ଦର୍ଶାଇଥିଲେ । ତାଙ୍କର କୌଣସି ବ୍ୟବସାୟିକ କାରବାର ଏବଂ ଇମ୍ଫା ମାଇନିଂ କମ୍ପାନୀ ଉପାଧ୍ୟକ୍ଷ ପଦର ଉଲ୍ଲେଖ କରି ନ ଥିଲେ । ବୈଜୟନ୍ତ ତଥ୍ୟ ଲୁଚାଇ ଲୋକଙ୍କୁ ଠକିଛନ୍ତି ବୋଲି ୨୦୧୮ ମସିହା ମାର୍ଚ୍ଚରେ କେନ୍ଦ୍ରାପଡ଼ାବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା