Connect with us

ଅପରାଧ

କେନ୍ଦ୍ରାପଡ଼ରେ କର୍ଫ୍ୟୁ ଜାରି

ସାଙ୍କେତିକ

କେନ୍ଦ୍ରାପଡ଼ରେ କର୍ଫ୍ୟୁ ଜାରି
କେନ୍ଦ୍ରାପଡ଼ା,୨୪ା୧ : କେନ୍ଦ୍ରାପଡ଼ା ସହରରେ ଗୁରୁବାର ଜିଲ୍ଲା ପ୍ରଶାସନ ତରଫରୁ କର୍ଫ୍ୟୁ ଜାରି କରାଯାଇଛି । ଗୋଷ୍ଠୀ ବିବାଦକୁ ନେଇ ସହରରେ ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସହରରେ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ୧୫ ପ୍ଲାଟୁନ୍ ପୋଲିସ ମଧ୍ୟ ମୁତୟନ କରାଯାଇଛି ।

ସୂଚନାଥାଉ କି, ଗତକାଲି ଦୁଇଗୋଷ୍ଠୀ ମଧ୍ୟରେ ଏକ ସଭା ଆୟୋଜନକୁ ନେଇ ବିବାଦ ଦେଖା ଦେଇଥିଲା । ଏହାସହ ପ୍ରବଳ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ଛାଉଣୀ ହେବା ସହ ସହରରେ ପ୍ଲାଗ ମାର୍ଚ୍ଚ ହୋଇଥିଲା । ବିବାଦ ବଢ଼ିବା ଦୃଷ୍ଟିରୁ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା । ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ପ୍ରତିଷ୍ଠା କରି ପରିସ୍ଥିତିକୁ ଆୟତ କରିବାକୁ ଚେଷ୍ଟା କରାଯାଇଥିଲା । ଏହି ଘଟଣାରେ ଆଜି କେନ୍ଦ୍ରାପଡ଼ା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା ।

ତେବେ ଆଜି ପୁଣି ଅଧିକ ଉତ୍ତେଜନା ସୃଷ୍ଟି ହେବାରୁ ପ୍ରଶାସନ ତରଫରୁ ଆସନ୍ତାକାଲି ସକାଳ ୮ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ