Connect with us

ଆମ ଖବର

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି l

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି l

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଦୈନିକ ୨ଗୋଟି ଟ୍ରେନ୍ ବ୍ରହ୍ମପୁରରୁ ସୁରତକୁ ଚଳାଇବାକୁ ଦାବି l
ଭୁବନେଶ୍ୱର,୨୮ା୮ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଗଞ୍ଜାମ ବ୍ରହ୍ମପୁରରୁ ଗୁଜୁରାଟର ସୁରତକୁ ଟ୍ରେନ୍ ଚଳାଚଳ କରିବାକୁ ଚିଠି ଲେଖିଛନ୍ତି । । ସୁରତରେ ୭ଲକ୍ଷ ଓଡ଼ିଆ ଲୋକ ବସବାସ କରୁଛନ୍ତି । ସେଠାରେ ଥିବା ସୁତାକଳ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାରେ ଓଡ଼ିଆମାନେ କାମ କରୁଛନ୍ତି । ସେମାନଙ୍କ ପାଇଁ ବ୍ରହ୍ମପୁରରୁ ସିଧାସଳଖ ଟ୍ରେନ୍ ନାହିଁ ।

ବର୍ତ୍ତମାନ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍ ସପ୍ତାହକୁ ୪ଦିନ ଏବଂ ପୁରୀ-ଓଖା ଓ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସ୍ ସପ୍ତାହକୁ ଗୋଟିଏ ଦିନ ଲେଖାଏଁ ଯାତାୟତ କରୁଛି । ଯାହାକି ଯଥେଷ୍ଟ ହେଉନାହିଁ । ତେଣୁ ଯିବାଆସିବା ପାଇଁ ୨ଗୋଟି ଟ୍ରେନ୍ ପ୍ରତ୍ୟେହ ଚାଲୁ କରିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଶୁକ୍ରବାର ମଧ୍ୟ ଅନୁରୂପ ଭାବେ ଭୁବନେଶ୍ୱରରୁ ସୁରତକୁ ବିମାନ ସେବା ଆରମ୍ଭ କରିବା ମୁଖ୍ୟମନ୍ତ୍ରୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।

ଭୁବନେଶ୍ୱରରୁ ସୁରତକୁ ବିମାନ ଚଳାଚଳ ନଥିବାରୁ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ଯାତାୟତର ଅସୁବିଧା ହେଉଛି । ତେଣୁ ସେମାନଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ ଏୟାର ଇଣ୍ଡିଆ ବା ଘରୋଇ ବିମାନ ସଂସ୍ଥା ପକ୍ଷରୁ ବିମାନ ସେବା ଆରମ୍ଭ କରିବା ପାଇଁ ପଦେକ୍ଷପ ନେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର