Connect with us

ଓଡିଶା

କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ପୁରୀରେ କାଳିଆ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
– କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇବ
ଭୁବନେଶ୍ୱର – ଚାଷୀର ସଶକ୍ତିକରଣ ପାଇଁ ପ୍ରସ୍ତୁତ କାଳିଆ ଯୋଜନା ଓଡିଶାର ଅର୍ଥନୀତିର ବିକାଶରେ ମାଇଲଖୁଂଟ ହେବ । ଏହି ଯୋଜନାରେ ଚାଷ ଭଲ ହେବ ଏବଂ ପରିବାରର ଉନ୍ନତି ଘଟିବ । ଏହା ସାରାଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଶୁକ୍ରବାର ପୁରୀ ଜିଲ୍ଲା ମାଳତିପାଟପୁର ନିକଟରେ ଅନୁଷ୍ଠିତ ଏକ ବିଶାଳ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଥିଲେ । ରାଜ୍ୟ ସରକାରଙ୍କ କାଳିଆ କାର୍ଯ୍ୟକ୍ରମ ଜରିଆରେ ଶୁକ୍ରବାର ଠାରୁ ଚାଷୀଙ୍କ ଖାତାକୁ ଟଙ୍କା ପଠାଯିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ୪୯୦ ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । ଚାଷୀ ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀ “କାଳିଅ ।’ ଯୋଜନାରେ ୧୦ ଜଣ ଚାଷୀଙ୍କୁ ଅ ।ର୍ଥିକ ପ୍ରୋତ୍ସାହନ ସମ୍ପର୍କିତ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ଟଙ୍କା ଯୋଗାଇ ଦେବା କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଅ ।ରମ୍ଭ କରଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଚାଷୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ଚାଷୀ ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି । ଚାଷୀମାନଙ୍କ ଉତ୍ପାଦିତ ଚାଉଳ ଓ ପନିପରିବାରେ ଶ୍ରୀଜଗନ୍ନଥଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀମାନଙ୍କ ମହତ କାର୍ଯ୍ୟକୁ ରାଜ୍ୟ ସରକାର ସ୍ୱୀକୃତି ଦେଇ ଯୋଜନାର ନାମ “କାଳିଆ’ଯୋଜନା ଦେଇ ଏହାକୁ ସାରା ରାଜ୍ୟରେ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଏହି କାଳିଆ ଯୋଜନା ସମଗ୍ର ଦେଶର ଚାଷୀମାନଙ୍କ ଉନ୍ନତି ପାଇଁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ସେ ଆହୁରି କହିଥିଲେ ଯେ କାଳିଆ ଯୋଜନାରେ ରାଜ୍ୟର ସବୁ ଚାଷୀ , ବିଶେଷ କରି ଛୋଟ ଚାଷୀ , ଭାଗ ଚାଷୀ , କୃଷି ଶ୍ରମିକ ସମସ୍ତେ ସୁବିଧା ପାଇବେ । ଖରିଫ ପାଇଁ ଅକ୍ଷୟ ତୃତୀୟା ଏବଂ ରବି ପାଇଁ ନୂଆଖାଇ ଦିନ ୫ ହଜାର ଟଙ୍କା ଲେଖାଏଁ ମିଳିବ । ଏ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଂଟକୁ ଯିବ । ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ । ଏହି ସମାବେଶରେ ବିଭିନ୍ନ ବ୍ଲକ୍ ରୁ ଆସିଥିବା ହଜାର ହଜାର ଚାଷୀ ଯୋଗ ଦେଇଥିଲେ ।
ସମାବେଶ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସାଂସନ ପିନାକୀ ମିଶ୍ର , ସୌମ୍ୟ ରଂଜନ ପଟ୍ଟନାୟକ, ତଥାଗତ ଶତପଥୀ , ଡା. କୂଳମଣି ସାମଲ , ମନ୍ତ୍ରୀ ମହେଶ୍ୱର ମହାନ୍ତି , ବିଧାୟକ ସଂଜୟ ଦାଶବର୍ମା , ପ୍ରଦୀପ ମହାରଥୀ , ସୁରେନ୍ଦ୍ର ସେଠୀ , ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା