Connect with us

ଓଡିଶା

କାଳିଆ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁନି

ସାଙ୍କେତିକ

ଯୋଗୀଙ୍କୁ ବିଜେଡିର ଜବାବ୍ : କାଳିଆ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁନି
ଭୁବନେଶ୍ୱର, ୨୦ ଫେବୃଆରୀ – କାଳିଆ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁ ନାହିଁ । ରାଜ୍ୟ ସରକାର “ଡିବିଟି’ ମାଧ୍ୟମରେ ଚାଷୀଙ୍କ ଆକାଉଂଟକୁ ଟଙ୍କା ଦେଉଛନ୍ତି । ଉତର ପ୍ରଦେଶରେ ୨୦ ଲକ୍ଷ ଘର ଦେବା କଥା ମିଛ, ଯୋଗୀ ବାହାସ୍ପୋଟ ମାରୁଛନ୍ତି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।
ବୁଧବାର ଓଡିଶା ଗସ୍ତରେ ଆସିଥିବା ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଳିଆ ଯୋଜନା ଆରମ୍ଭରୁ ହିଁ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ କରିଥିଲେ । ଏହାସହ ତାଙ୍କ ସରକାର ୨ ବର୍ଷରେ ୟୁପିରେ ୨୦ ଲକ୍ଷ ଘର ଯୋଗାଇ ଦେଇଥିବା ବେଳେ ନବୀନ ସରକାର ୧୯ ବର୍ଷରେ ମାତ୍ର ୧୭ ଲକ୍ଷ ଘର ଦେଇଥିବା ସେ କହିଥିଲେ । ଏହା ଉପରେ ପ୍ରତିକ୍ରିୟା ଦେଇ ପ୍ରତାପ ଦେବ ଯୋଗୀଙ୍କୁ ମିଛୁଆ ବୋଲି କହିଛନ୍ତି । ସେହିପରି ପଂଚାୟତ ନିର୍ବାଚନର ଫଳ ଆଗାମୀ ନିର୍ବାଚନରେ ପୁନରାବୃତି ହେବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି । ଓଡ଼ିଶାରେ ଏହାର ପୁନରାବୃତି ହେବନି, ବିଜେଡି ୧୦୦ରୁ ଉଦ୍ଧ୍ୱର୍ ଆସନରେ ଜିତିବ । ଯୋଗୀ ଋଣ ଛାଡ଼ କରିବେ କହି ଉତରପ୍ରଦେଶରେ ୧୫ରୁ ୧୭ ଟଙ୍କା ଛାଡ଼ କରିଛନ୍ତି । ସେ ଓଡ଼ିଶା ଆସି ଚାଷ ଓ ଚାଷୀଙ୍କ ବିଷୟରେ କହିବା ହାସ୍ୟସ୍ପଦ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା