Connect with us

ଓଡିଶା

“କାଳିଆ ଯୋଜନାରେ ଆବେଦନ ପାଇଁ ଜେରକ୍ସ ଫର୍ମ ଚଳିବ’

ସାଙ୍କେତିକ

“କାଳିଆ ଯୋଜନାରେ ଆବେଦନ ପାଇଁ ଜେରକ୍ସ ଫର୍ମ ଚଳିବ’
ଭୁବନେଶ୍ୱର,୧୦ା୧ : କାଳିଆ ଯୋଜନାରେ ଫର୍ମର କଳାବଜାରୀ ହେବା ସମ୍ପର୍କିତ ଖବର ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଗୁରୁବାର ଦିନ ରାଜ୍ୟ କୃଷି ବିଭାଗ ସଚିବ ସୌରଭ ଗର୍ଗ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ମୂଳ ଫର୍ମ ବଦଳରେ ଫଟୋକପି ଫର୍ମକୁ ମଧ୍ୟ ଆବେଦନ କରିବା ବେଳେ ବ୍ୟବହାର କରା ଯାଇ ପାରିବ । ଶ୍ରୀ ଗର୍ଗ ଆହୁରି କହିଛନ୍ତି ଯେ ଯେଉଁ ମାନେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ପାରି ନାହାନ୍ତି ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରି ପାରିବେ ।

ଉଲ୍ଲେଖନୀୟ ଯେ କାଳିଆ ଯୋଜନାର ଫର୍ମ ଗାଁ ଗଣ୍ଡାରେ କାଳିଆ ଫର୍ମର କଳାବଜାରୀ ହେବା ନେଇ ସୂଚନା ମିଳିଥିଲା । କେଉଁଠି ପଂଚାୟତ ଅଫିସରେ ତାଲା ପଡିଥିଲା ତ ଆଉ କେଉଁଠି ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଥିଲା । ଆଉ କେଉଁଠି ଫର୍ମର କଳାବଜାରୀ ହେବାର ଖବର ଆସିଥିଲା ତ ଆଉ କେଉଁଠି ସରକାରୀ ଅଧିକାରୀଙ୍କୁ ଲୋକ ଘେରାଉ କରିଥିବା ଘଟଣା ମାନ ପ୍ରତିଦିନ ଘଟିଥିବାର ଦେଖିବାକୁ ମିଳିଥିଲା । ତେଣୁ ଏହି ଘଟଣାର ସରକାର ଆବେଦନର ସମୟସୀମାକୁ କରିଥିବା ବେଳେ ଏବେ ଅରଜିନାଲ ଫର୍ମ ସ୍ଥାନରେ ଜେରକ୍ସ ଫର୍ମ ବ୍ୟବହାର କରାଯାଇ ପାରିବ ବୋଲି ସଚିବ ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା