Connect with us

ଓଡିଶା

କାର୍ଯ୍ୟରେ ଯୋଗ ଦେଲେ ଆଇନଜୀବୀ

ସାଙ୍କେତିକ ଚିତ୍ର

କାର୍ଯ୍ୟରେ ଯୋଗ ଦେଲେ ଆଇନଜୀବୀ

ଭୁବନେଶ୍ୱର,୧୫ା୧୧: ଗୁରୁବାର ଠାରୁ କଟକ ହାଇକୋର୍ଟ ସମେତ ଅନ୍ୟାନ୍ୟ କୋର୍ଟ ଗୁଡିକର କାର୍ଯ୍ୟ ସ୍ୱାଭାବିକ ହୋଇଛି । ଦୀର୍ଘ ୭୮ ଦିନରଆନ୍ଦୋଳନ ପରେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ଆଇନଜୀବୀଙ୍କୁ ବୁଗୁଡା ଥାନା ଅଧିକାରୀଙ୍କ ମାଡ ଘଟଣାରେ ଗୁରୁବାର ଗଂଜାମ ଜିଲ୍ଲାର ସମସ୍ତ କୋର୍ଟ ବନ୍ଦ ରହିଛି । ସୂଚନାଯୋଗ୍ୟ ଯେ ଗତକାଲି ଉଭୟ ଆଇନଜୀବୀ ଓ ପୋଲିସ୍ ଙ୍କ ମଧ୍ୟରେ ବୁଝାମଣା ହେବା ପରେ ବାର୍ ଆସୋସିଏସନ୍ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା । ୩ ଜଣ ପୋଲିସ୍ କର୍ମଚାରୀ ହାଇକୋର୍ଟରେ ନିସର୍ତ କ୍ଷମା ପ୍ରାର୍ଥନା କରିଥିଲେ । ଏଭଳି ଘଟଣାର ପୁନରାବୃତି ନ ହେବା ସହି ୭ ଦିନ ମଧ୍ୟରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା