Connect with us

ବିଦେଶ

କାନ୍ଦିଲେ …କଣ ହୁଏ ? ଜାଣନ୍ତୁ

ସାଙ୍କେତିକ

କାନ୍ଦିଲେ …
ନିକଟରେ ଜାପାନର କିଛି ଗବେଷକ ଏମିତି ତଥ୍ୟ ଦେଇଛନ୍ତି । ଚିନ୍ତାମୁକ୍ତ ହେବା ପାଇଁ ହସିବା ବଦଳରେ କାନ୍ଦିବା ଜରୁରୀ ବୋଲି ସେମାନେ କହିଛନ୍ତି । କାରଣ କାନ୍ଦିବା ସମୟରେ ଭିନ୍ନ ଧରଣର ଲୁହ ବାହାରୁଥିବାରୁ ଏହା ବ୍ୟକ୍ତିକ ଚିନ୍ତାମୁକ୍ତ କରିଥାଏ । ତାହା ୟୁନିଭର୍ସିଟି ଅଫ୍ ମେଡିକାଲ ସାଇନ୍ସରେ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଏହି ଗବେଷଣାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି କି, ଶୋଇବା ଅପେକ୍ଷା କାନ୍ଦିବା ଶରୀର ପାଇଁ ଲାଭଦାୟକ । ଲୋକଙ୍କୁ କନ୍ଦାଇବା ପାଇଁ ଏବେ ଜାପାନର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ପ୍ରତି କମ୍ପାନୀର କର୍ମଚାରୀ ଓ ସ୍କୁଲର ଛାତ୍ରୀଛାତ୍ରଙ୍କୁ କନ୍ଦାଇବା ପାଇଁ ଉକ୍ତ ଶିକ୍ଷକଙ୍କୁ ନିମନ୍ତ୍ରଣ ମିଳିଥାଏ । ଟିୟର୍ସ ଟିଚର ନାମରେ ସେ ବେଶ୍ ଜଣାଶୁଣା । ସପ୍ତାହରେ ଅତି କମ୍ରେ ଥରଟିଏ କାନ୍ଦିଲେ ଚିନ୍ତାମୁକ୍ତ ଜୀବନ ବଞ୍ଚିହେବ ବୋଲି ଗବେଷକମାନେ କହିଛନ୍ତି । ସୂଚନା ଅନୁଯାୟୀ, ୧୬ ବର୍ଷ ତଳେ ୩୦ଟି ଦେଶକୁ ନେଇ ଏମିତି ଏକ ଗବେଷଣା କରାଯାଇଥିଲା ।

ଏଥିରେ ୬୦ ପ୍ରତିଶତ ଲୋକ କାନ୍ଦିଲେ ଚିନ୍ତାମୁକ୍ତ ହୁଏ ବୋଲି କହିଥିଲେ । ଅନ୍ୟପଟେ ମନାଚିକିତ୍ସକ ଚିନ୍ତାମୁକ୍ତ ହେବାପାଇଁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ କାନ୍ଦିବାକୁ ପରାମର୍ଶ ଦେଉଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ