Connect with us

ଦେଶ

କହୁ କହିଦେଲେ ବିଜେପି ନେତା ..

ସାଙ୍କେତିକ

କହୁ କହିଦେଲେ ବିଜେପି ନେତା ..ସ୍ବପ୍ନ ପୂରଣ ନ ହେଲେ ନେତାଙ୍କୁ ଲୋକେ ପିଟିବା ଆରମ୍ଭ କରିଦିଅନ୍ତି

ନୂଆଦିଲ୍ଲୀ,୨୮।୧: ବିଜେପିର ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ଯେ, ସ୍ବପ୍ନ ଦେଖାଉଥିବା ନେତାଙ୍କୁ ପ୍ରଥମେ ଲୋକେ ପସନ୍ଦ କରିଥାନ୍ତି । ତେବେ ଏହି ସ୍ବପ୍ନ ପୂରଣ ନ ହେଲେ ନେତାଙ୍କୁ ଲୋକେ ପିଟିବା ଆରମ୍ଭ କରିଦିଅନ୍ତି । ତେଣୁ ପୂରଣ କରି ହେଉ ନ ଥିବା ସ୍ବପ୍ନ ଦେଖାଇବା ଅନୁଚିତ । ଏହା କହି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ପରୋକ୍ଷ ଟାର୍ଗେଟ୍‌ । ନୀତୀନଙ୍କ ଏହି ମନ୍ତବ୍ୟ ଯୋଗୁଁ ବିରୋଧୀ ଦଳଙ୍କୁ ମିଳିଛି ଖୋରାକ । କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଏନେଇ ନୀତୀନଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଦେବା ସହିତ କହିଛନ୍ତି ଯେ, ଏହା କାହାପ୍ରତି ଉଦ୍ଦିଷ୍ଟ ତାହା ବୁଝି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ