Connect with us

ଆଞ୍ଚଳିକ

କଳିଙ୍ଗ ଷ୍ଟାଡିୟମରେ ପ୍ରଦର୍ଶନୀ ମ୍ୟାଚ୍ ପାଇଁ ଆଜିଠୁ ମିଳିବ ପାସ୍

ସାଙ୍କେତିକ ଚିତ୍ର

କଳିଙ୍ଗ ଷ୍ଟାଡିୟମରେ ପ୍ରଦର୍ଶନୀ ମ୍ୟାଚ୍ ପାଇଁ ଆଜିଠୁ ମିଳିବ ପାସ୍
ଭୁବନେଶ୍ୱର :- ଆସନ୍ତା ୧୦ ତାରିଖ ବୁଧବାର ସନ୍ଧ୍ୟା ୭ଟାରେ ବିଶ୍ୱକପ୍ ପୁରୁଷ ହକି ନିମନ୍ତେ ନବୀକୃତ କଳିଙ୍ଗ ଷ୍ଟାଡିୟମ୍ର ଉଦ୍ଘାଟନ ଅବସରରେ ହେବାକୁ ଥିବା ପ୍ରଦଶର୍ନୀ ମ୍ୟାଚ୍ ପାଇଁ ପାସ୍ ବ୍ୟବସ୍ଥା କରାଯାଇଛି ।
କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍ ପାଖରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ପାସ୍ ଉପଲବ୍ଧ ହେବ । ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ଦୁଇଟି ପାସ୍ ପ୍ରଦାନ କରାଯିବ । ଏହି ପାସ୍ “ଫାଷ୍ଟ କମ୍, ଫାଷ୍ଟ ସର୍ଭ’ ଭିତିରେ ଦିଅ।ଯିବ । କେବଳ ପାସ୍ ଏବଂ ନିମନ୍ତ୍ରଣ ପତ୍ର ମାଧ୍ୟମରେ ହିଁ ଷ୍ଟାଡିୟମରେ ପ୍ରବେଶ ବ୍ୟବସ୍ଥା କରାଯାଇଛି । ବୁଧବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ୍ ଉଦ୍ଘାଟନ କରିବେ । ସେହି ଅବସରରେ ହକି କିମ୍ବଦନ୍ତୀ ଧନରାଜ ପିଲେ ଏକାଦଶ ଓ ଦିଲ୍ଲୀପ ତିର୍କୀ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ