Connect with us

ରାଜନୀତି

କଲେଜ କୋଠା ଉଦଘଟାନକୁ ନେଇ ମାରପିଟ୍ , ଫେରିଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ

କଲେଜ କୋଠା ଉଦଘଟାନକୁ ନେଇ ମାରପିଟ୍ , ଫେରିଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ

କଲେଜ କୋଠା ଉଦଘଟାନକୁ ନେଇ ମାରପିଟ୍
ଫେରିଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୨ା୮: ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟ ହାତାହାତି ଓ ମାରପିଟ୍ ହେବା ଫଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ କଲେଜର ନୂଆ କୋଠାଘର ଉଦଘାଟନ ନକରିପାରି ଫେରିଯାଇଛନ୍ତି । ଏଥିରେ ୨ ଜଣ ଛାତ୍ର ଆହତ ହୋଇଛନ୍ତି ।

ଖବର ନେବାରେ ଜଣାଯାଏ ଯେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ସ୍ଥିତ ସୁରେନ୍ଦ୍ରନାଥ କଲେଜର ନୂଆ କୋଠାଘର ର ଉଦଘାଟନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ସେଠାକୁ ଯାଇଥିଲେ । ମନ୍ତ୍ରୀ ଓ ପୋଲିସ୍ ଙ୍କ ଉପସ୍ଥିତିରେ ଉଦଘାଟନକୁ ନେଇ ମନ୍ତ୍ରୀ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଏବଂ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରିସ୍ଥିତି ଅଣାୟତ ହେବାରୁୁ ମନ୍ତ୍ରୀ ସେଠାରୁ ଫେରିଯାଇଥିଲେ । କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ନିରବଦ୍ରଷ୍ଟା ସାଜିଥିଲେ ।ଏଥିପାଇଁ ଅଧିକ ପୋଲିସ୍ ଫୋର୍ସ ମଗାଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ରାଜନୀତି